Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲରେ ଧୋନିଙ୍କ କମାଲ; ଗୋଟିଏ ହାତରେ ଛକା

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୩୦ତମ ମ୍ୟାଚ୍ ୧୪ ଏପ୍ରିଲରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ଯେଉଁଠୀ ଶେଷ ଓଭରଗୁଡ଼ିକରେ ଏମ୍ ଏସ୍ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଚେନ୍ନାଇ ଦଳ ତିନିଟି ବଲ୍ ବାକି ଥାଇ ପାଞ୍ଚ ୱିକେଟରେ ବିଜୟୀ ହୋଇପାରିଥିଲା।

ମ୍ୟାଚ୍ ସମୟରେ ମାହି ମଧ୍ୟ ଏକ ବଡ଼ ସଫଳତା ହାସଲ କରିଥିଲେ। ସେ IPL ଇତିହାସରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପାଇବାରେ ସବୁଠାରୁ ବୟସ୍କ ଖେଳାଳି ହୋଇଯାଇଛନ୍ତି। ଧୋନିଙ୍କ ବର୍ତ୍ତମାନର ବୟସ ୪୩ ବର୍ଷ।

ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ମୋଟ ୨୭୧ଟି ମ୍ୟାଚ୍ ରେ ଅଂଶଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ, ସେ ୨୩୬ ଇନିଂସରେ ୩୯.୨୨ ହାରରେ ୫୩୭୩ ରନ କରିପାରିଛନ୍ତି। ତାଙ୍କ ନାମରେ IPLରେ ୨୪ଟି ଅର୍ଦ୍ଧଶତକ ଅଛି। ଏଠାରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ ହେଉଛି ୮୪ ରନ। ଏପର୍ଯ୍ୟନ୍ତ କ୍ରିକେଟ ପ୍ରେମୀମାନେ IPLରେ ଧୋନିଙ୍କ ବ୍ୟାଟରୁ ୩୭୩ ଚୌକା ଏବଂ ୨୬୦ ଛକା ଦେଖିସାରିଛନ୍ତି।