Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରୀ ନିର୍ଯ୍ୟାତନା ପ୍ରତିବାଦ ରେ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରେଲି ଶୋଭାଯାତ୍ରା।

କଳାହାଣ୍ଡି ୧୫/୦୪:ରାଜ୍ୟ ରେ ନାରୀ ନିର୍ଯ୍ୟାତନା, ବଳାତ୍କାର,ହତ୍ୟା ଅପହରଣ ବୃଦ୍ଧି ପାଉଥିବା ଓ ଏହି ଦିଗ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା କୁ ପ୍ରତିବାଦ କରି ମଙ୍ଗଳବାର ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଡାକରା ରେ ଆଜି ରାଜ୍ୟର ସମସ୍ତ ବ୍ଲକ ରେ କଂଗ୍ରେସ କର୍ମକର୍ତ୍ତା ଙ୍କ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପ୍ରତିବାଦ କରାଯାଇଛି । କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ କଂଗ୍ରେସ ର ଶତାଧିକ କର୍ମକର୍ତ୍ତା ମାନେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ରାଜ୍ୟ ସରକାରଙ୍କୁ ନାରୀ ସୁରକ୍ଷା ରେ ଫେଲ ମାରିଥିବା ଓ ରାଜ୍ୟରେ ବର୍ଦ୍ଧିତ ନାରୀ ନିର୍ଯ୍ୟାତନା,ବଳାତ୍କାର, ଅପହରଣ, ହତ୍ୟା ନେଇ ଉଦବେଗ ପ୍ରକାଶ କରିବା ସହ ନାରାବାଜି କରିଥିଲେ। ଏହି ଶୋଭାଯାତ୍ରାରେ ଲିଙ୍ଗରାଜ ବେହେରା, ତ୍ରିଭୁବନ ନାଏକ,ହରିଶ୍ଚନ୍ଦ୍ର ନାଏକ, ମହେନ୍ଦ୍ର ଧରୁଆ, ଅରୁଣ କୁମାର ମାଝୀ, ଯତୀନ୍ଦ୍ର ଦଳେଇ,ନିଆଁଇ ଧ. ମାଝୀ, ଅଭିମନ୍ୟୁ ପଟ୍ଟନାୟକ,ରିଙ୍କୁ ଦାସ, ପରମେଶ୍ବର ଶଗଡ଼ିଆ, ଧନେଶ୍ୱର ମହାନନ୍ଦ, କଂଗ୍ରେସ ନେତ୍ରୀ ଫୁଲତୋଳା ଖମାରି ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।