Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜଳା ଘଟଣାକୁ ନେଇ ତେଜୁଛି ରାଜନୀତି

ଭୁବନେଶ୍ୱର: ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜଲା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ପୁଣି ଥରେ ବିଜୁ ବାବୁଙ୍କୁ ଅପମାନିତ କରିବାକୁ ଉଦ୍ୟମ ହୋଇଛି । ବଲାଙ୍ଗିର ପାଟଣାଗଡ଼ର ବ୍ରହ୍ମପୁରା ବ୍ଲକ୍ ଛକରେ ଥିବା ବିଜବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା । ଏ ସଂକ୍ରାନ୍ତରେ ପୋଲିସ୍ ଜଣେ ମାନସିକ ଭାରସମ୍ୟ ହରାଇଥିବା ବ୍ୟକ୍ତିକୁ ଗିରଫ କରି ତଦନ୍ତ ଚଳାଇଛି।
ତେବେ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ହେବାରେ ଲାଗିଛି। ବିଜୁ ବାବୁଙ୍କୁ ଅପମାନ ପ୍ରତିବାଦରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ସାରା ରାଜ୍ୟରେ ବିଜେଡି ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି।
ରାଜଧାନୀ ଭୁବନେଶ୍ଵର ଠାରୁ ଆରମ୍ଭ କରି କଟକ, ସମ୍ବଲପୁର, ରାଉଲକେଲା, ବାଲେଶ୍ଵର, ଯାଜପୁର, ଭଦ୍ରକ, ବ୍ରହ୍ମପୁର, ପୁରୀ ସବୁଠି ଦେଖିବାକୁ ମିଳିଛି ବିଜେଡ଼ିର ପ୍ରତିବାଦ।
ବିଜେଡି କର୍ମୀ ଓ ନେତା ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣ ଦେବା ସହ ଘଟଣା ପଛର ମୁଖ୍ୟ ଅଭଯୁକ୍ତର ଗିରଫ ଦାବି କରିଛନ୍ତି।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଦୃଢ଼ ନିନ୍ଦା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ