ଭାରତ ଓ ଆଫଗାନିସ୍ତାନରେ ଭୂକମ୍ପ


ଭୁବନେଶ୍ୱର: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତ ଓ ଆଫଗାନିସ୍ତାନରେ ଭୂକମ୍ପ। ବୁଧବାର ଭୋରରୁ ହୋଇଛି ଭୂକମ୍ପ। ଆଫଗାନିସ୍ତାନରେ ଏହାର କେନ୍ଦ୍ର ରହିଛି। ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି ।
ଏହି ଭୂକମ୍ପରେ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ଭାରତର କିଛି ସ୍ଥାନରେ କମ୍ପନ ଅନୁଭୂତ ହୋଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି । ଭୂକମ୍ପ କେନ୍ଦ୍ର ନିକଟରେ ୫.୯ ରିକ୍ଟର ସ୍କେଲର ଏକ ଭୂକମ୍ପ ଗୁରୁତର କ୍ଷତି ଘଟାଇବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ତେବେ ଆଜିର ଏହି ଭୂମିକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।