Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ପକ୍ଷରୁ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ନେସନାଲ ହେରାଲ୍ଡ ଓ କଂଗ୍ରେସ ନେତୃମଣ୍ଡଳୀ ଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଓ ମିଥ୍ୟା କେସ ଦାୟର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଙ୍କ ନିର୍ଦେଶ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସହର ର ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଏହି ବିକ୍ଷୋଭ ସମାବେଶରେ ପୂର୍ବତନ ବିଧାୟକ ପ୍ରାର୍ଥୀ ଜିତେନ୍ଦ୍ର ପଟ୍ଟନାୟକ, ଚଳିତ ବର୍ଷ ବିଧାନସଭା ପ୍ରାର୍ଥି ପ୍ରିୟବ୍ରତ ସାହୁ, ଲବ କୁମାର ସାହୁ, ରାଜେଶ ମିଶ୍ର, ଲକ୍ଷ୍ମଣ ସୁନା, ଶେଷଦେବ ମେହେର, ସଚିତା ନନ୍ଦ ସାହୁ, ସୁଶାନ୍ତ କାଣ୍ଡ, ଭାଗିରଥି ବଗର୍ତ୍ତି, ସଂଗ୍ରାମ କେଶରୀ ନାୟକ, ଭରତ ଜେନା, ମାଧବ କୁମ୍ଭାର, ବିଶ୍ଵନାଥ ନେଗୀ, ସାଗର ମେହେର, କର୍ଣ୍ଣରାଜ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।