Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳ ବୈଶାଖୀ ବର୍ଷା ରେ ଲକ୍ଷ୍ମୀପୁର ବେହାଲ….ହୋଇପାରୁନି ପାଣି ନିଷ୍କାସନ, ଡ୍ରେନ ରେ ଅଳିଆ ଜାତୀୟ ରାଜପଥ ଉପରେ…

ଲକ୍ଷ୍ମୀପୁର ୨୦/୦୪ ….
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏବେ ତିନି ଦିନ ହେଲାଣି କାଳ ବୈଶାଖୀ କାରଣରୁ ଅପରାହ୍ନ ହେବାକ୍ଷଣି ମାଡିଆସୁଛି ବର୍ଷା ।ପ୍ରାୟ ଦୁଇ ରୁ ତିନି ଘଣ୍ଟା ଧରି ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ସମସ୍ତକାର୍ଯ୍ୟ ରେ ବାଧା ସୃଷ୍ଟି କରୁଛି।ବର୍ଷା ଛାଡିବା ଯାଏଁ ରାସ୍ତା ଘାଟରେ ଯାଉଥିବା ଯାନବାହାନ ଅଟକି ରହିଯାଉଛନ୍ତି।ବର୍ଷା ଯୋଗୁଁ ପୁରା ଅଞ୍ଚଳ ବେହାଲ ହୋଇ ପଡୁଛି।ଗଛ ଡାଳ ପଡି ବିଜୁଳି ଫେଲ ରହୁଥୀବା ବେଳେ ନାଳ ନର୍ଦ୍ଧମା ପାଣି ରାସ୍ତା ଉପର ଦେଇ ଅତି ବାହିତ ହୋଉଛି।ଚାରିଆଡେ ପଡି ରହିଥିବା ଅଳିଆ ଆବର୍ଜନା ବର୍ଷା ପାଣିରେ ଭାସି ଆସି ରାସ୍ତା ଉପରେ ପଡି ରହୁଛି। ଯେଉଁ ଆଡେ ଦେଖିଲେ ପଲିଥିନ ସାଙ୍ଗକୁ ପ୍ଲାଷ୍ଟିକ, ବୋତଲ, ଗ୍ଲାସ ଛଡା ଆଉ କିଛି ଦୃଶ୍ୟମାନ ହେଉନାହିଁ, ମଦ ବୋତଲ ସହ ପାଣି ବୋତଲ  ବିଭିନ୍ନ ଡ୍ରେନ ପଡ଼ିଥିବା କାରଣରୁ ଡ୍ରେନ ଚୁଣ୍ଟି ହୋଇ ରହୁଛି।ଆଜି ସ ପ୍ରାୟ ଅଢେଇ ଘଣ୍ଟା ଧରି କୁଆ ପଥର ବର୍ଷା ହୋଇଥିଲା। ଲକ୍ଷ୍ମୀପୁର ବଜାର ମଝି ରେ  ଓ ସାଙ୍ଗାନ୍ନା ହାଇସ୍କୁଲ ସମୁଖ ଜାତୀୟ ରାଜପଥ ଉପରେ ପ୍ରବଳ ମାତ୍ରା ରେ ବର୍ଷା ପାଣି ଅତିବାହିତ ହେବା ସହ ଅଳିଆ ଆବର୍ଜନା ଗୁଡିକ ଡ୍ରେନ ରୁ ବାହାରି ଆସି ଜାତୀୟ ରାଜପଥ ଉପରେ ପଡି ରହିଥିଲା। ବ୍ଲକ ସଦର ଅଞ୍ଚଳ ରେ ରାସ୍ତା କଡରେ ଥିବା ଡ୍ରେନ ଗୁଡିକ ସଫା ଯେତେ କରାଯାଉଥିଲେ ସେତେ ଭରି ହେଇ ପଡୁଛି।ରାସ୍ତା କଡରେ ଘର କରି ରହୁଥିବା  କିଛି  ଲୋକେ ଓ ନିର୍ଦ୍ଧିଷ୍ଟ କିଛି ବ୍ୟବସାୟୀ ଙ୍କ ଦୋକାନ ରୁ ନିତି ଦିନ ବାହାରୁଥିବା ଅଳିଆ ସବୁ ଆଣି ଡ୍ରେନ ରେ ପକାଉ ଥିବା କାରଣରୁ ଡ୍ରେନ ଚୁଣ୍ଟି ହୋଇ ଅବରୋଧ ହୋଇଯାଉଛି, ଯାଫଳରେ ବର୍ଷା ହେଲେ ପାଣି ନିଷ୍କାସନ ହୋଇନପାରି ସମସ୍ୟା ଉପୁଜୁଥାଏ ।କିଛି ବ୍ୟବସାୟୀ ନିଜ ଦୋକାନକୁ ଗ୍ରାହକ  ମାନେ ଯିବା ସକାଶେ ଡ୍ରେନ ଉପରେ ପ୍ଲେଟ ପକାଇ  ରଖିଛନ୍ତି, ପ୍ଲେଟ ତଳେ ଅଳିଆ ଜମି ରହିଥିବା ବେଳେ ଦିନେ ହେଲେ ସେମାନେ ସଫା କରୁନାହାନ୍ତି, କେବଳ ସେତିକି ନୁହଁ ଏସଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଓ ଢ଼ାବା ନିକଟରେ ଥିବା ଡ୍ରେନ ଗୁଡିକ ଚୋକ ହୋଇ ରହିଥି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ