Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବପ୍ରସ୍ତୁତି କାର୍ଯ୍ୟକ୍ରମ ଶୁଭାରମ୍ଭ

ସମ୍ବଲପୁର:ଆଜି ପୂର୍ବାହ୍ନରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପ୍ରେକ୍ଷାଳୟରେ ରାଷ୍ଟ୍ର ନିର୍ମାଣ ରେ ଯୁବ ପ୍ରସ୍ତୁତି ର ତୃତୀୟ ବର୍ଷ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ,ପ୍ରୋ ଆଦିତ୍ୟ ପ୍ରସାଦ ପାଢୀ ଙ୍କ ସଭାପତିତ୍ୱ ରେ। ଅନୁଷ୍ଠିତ ସଭାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ର ଦୀପକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ,କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରସଂଶା କରିବାସହ,ତାଙ୍କ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ ରେ ପ୍ରତକ୍ଷ ଭାବେ ଯୋଡ଼ିହେବାର ପ୍ରତିଶୃତି ଦେଇଥିଲେ,ପ୍ରଫେସର ଶଙ୍କରପ୍ରସାଦ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ ଅତିଥି ଓ ନୂଆଁ ପ୍ରଶିକ୍ଷର୍ଥୀ ମାନଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ବନ୍ଧ ରେ ସୂଚନା ଦେଇ ଆସନ୍ତା ୨୭.୪.୨୫ ରବିବାର ଦିନ ସକାଳ ୭ ଟାରୁ ୯ ଟା ପର୍ଯ୍ୟନ୍ତ ଦୁଇଟି ଅଧିବେଶନ ରେ ପ୍ରତ୍ୟେକ ରବିବାର ଦିନଏହା ଚାଲିବ ବୋଲି ପିଲାଙ୍କୁ ଅବଗତ କରେଇଥିଲେ।ଏହି ଉଦଘାଟନୀ ସଭାରେ ୨୨ ଟି ହାଇସ୍କୁଲ ରୁ ମୋଟ ୮୧ ଜଣ ଛାତ୍ରଛାତ୍ରୀ ,୨୦ ଜଣ ବିଦ୍ୟାଳୟ ମୁଖ୍ୟ ଓ ଅନେକ ସଂଖ୍ୟାରେ ଅବିଭାବକ ଯୋଗ ଦେଇଥିଲେ। ବିଦ୍ୟାଳୟ ମୁଖ୍ୟ ଙ୍କ ତରଫରୁ ସୁମିତା ପତ୍ରୀ ଓ ଦୀପାଲି ଚୌଧୁରୀ କାର୍ୟକ୍ରମ ସମ୍ବନ୍ଧ ରେ ସେମାନଙ୍କ ଅନୁଭୂତି ଉଲ୍ଲେଖ କରିଥିଲେ।ଲାଇବ୍ରେରୀ ର ବରିଷ୍ଟ ସଭ୍ୟ ଅର୍ଜୁନ ରଂଜନ ପଣ୍ଡା,ପ୍ରୋ ସେବକ ତ୍ରିପାଠୀ,ଡ଼,ଗିରିଧାରୀ ହୋତା, ମୀନକେତନ ପାଠୀ,ଡାକ୍ତର ଜୟଦେବ ମେହେର ଇଞ୍ଜିନିର ବିଭୂତି ନାରାୟଣ ମାଝୀ ପ୍ରମୁଖ ଉପସ୍ଥିତ ଥିବାବେଳେ,ସଭ୍ୟ ଶିବଶଙ୍କର ଷଡଙ୍ଗୀ,ଗୋଳକ ବିହାରୀ ମିଶ୍ର, ପ୍ରଦୀପ ପଣ୍ଡା,ପ୍ରଫୁଲ ହୋତା,ପୃଥୀରାଜ ମିଶ୍ର,ଉଦିତ ପାଟଯୋଶୀ , ବିଜୟ କୁମାର ସାହୁ,ଜୁଳୁ କୁମୁରା ,ତୁଷାର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଲାଇବ୍ରେରୀ ତରଫରୁ ପ୍ରଫେସର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଧନ୍ୟବାଦ ଦେଇଥିଲେ।