ସପ୍ନେ ମେଗା ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ରବି ନାରାୟଣ ନାଏକ


ରେଙ୍ଗାଲି ଅଞ୍ଚଳ ରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ଅଞ୍ଚାଳବସୀ ଙ୍କ ଦିର୍ଘ୍ ବର୍ଷ ର ଦାବୀ କୁ ପୂରଣ କରିବା ପାଇଁ ଗତ ଦୁଇ ବର୍ଷ ପୂର୍ବରୁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ସପ୍ନେ ଠାରେ ଏକ ବୃହତ୍ ପାନୀୟ ଜଳ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହୀରାକୁଦ ଜଳଭଣ୍ଡାର ରୁ ପାଣି ଆଣି ଜଳ ବିଶୋଧନାଗାର ରେ ସମସ୍ତ ପ୍ରକ୍ରିୟା ସମ୍ପନ୍ନ କଲା ପରେ ଅଞ୍ଚଳବସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏହି ପ୍ରକଳ୍ପ କୁ ଯୋଜନା କରାଯାଇଛି । ଏହି ବୃହତ୍ ପାନୀୟ ଜଳ ପ୍ରକଳ୍ପ ରୁ ସମ୍ପୂର୍ଣ୍ଣ ରେଙ୍ଗାଲି ବ୍ଲକ ସମେତ, ଧନକଉଡା, ମାନେଶ୍ୱର, ଜମନକିରା ଓ ଯୁଯୁମୁରା ବ୍ଲକ ର ଅନେକାଂଶ ରେ ରହୁଥିବା ଅଧିବାସୀ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରିବ ।
ଆଜି ଓଡିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ଓ ପୁର୍ବତନ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାଏକ ଏହି ବୃହତ୍ ପାନୀୟ ଜଳ ପ୍ରକଳ୍ପ ର ନିର୍ମାଣାଧିନ କାର୍ଯ୍ୟ କୁ ସମୀକ୍ଷା କରିଛନ୍ତି । ଯଥା ଶୀଘ୍ର ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବା ପାଇଁ ମନ୍ତ୍ରୀ ଉପସ୍ଥିତ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ ।
ଆଜିର ପରିଦର୍ଶନ ସମୟରେ ବିଜେପି ର ଦେବେନ୍ଦ୍ର ମହାପାତ୍ର, ଦାମୋଦର କର, ମନସ ରଞ୍ଜନ ବକ୍ସି, ଆଶିଷ ହୋତା, ଯୁଗଲ ଅଗ୍ରୱାଲ, ନବୀନ ପ୍ରଧାନ, ସରୋଜ ମେହେର, ଟିକୁ ମେହେର, ଅଜୟ ମହାପାତ୍ର, ପ୍ରକାଶ ପୃଷ୍ଟି, ସୁଧୀର ଗୁପ୍ତା, ଉତ୍ତମ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।