ସମ୍ବଲପୁର:ଆଜି ପୂର୍ବାହ୍ନରେ ସମ୍ବଲପୁରର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅଷ୍ଟମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ଶ୍ରୀ ରବି ନାରାୟଣ ନାଏକ, ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ବିଧାୟକ ରେଢାଖୋଲ ଶ୍ରୀ ପ୍ରସନ୍ନ ଆଚାର୍ୟ , ମାନ୍ୟବର ବିଧାୟକ ରେଙ୍ଗାଲି ଶ୍ରୀ ସୁଦର୍ଶନ ହରିପାଳ, ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନି ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ),କେନ୍ଦ୍ରଶିକ୍ଷା ମନ୍ତ୍ରୀ,ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରତିନିଧି ଶ୍ରୀ ନାଉରି ନାଏକ, ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡ଼ିଓ-କମ-ଇଓ) ଶ୍ରୀ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ବୈଠକରେ କୃଷି ବିଭାଗର ବିହନ ଯୋଗାଣ ରାସାୟନିକ ସାର, ପିଏମ-କିସାନ ଉପରେ ଆଲୋଚନା ହେଲା । ମାନ୍ୟବର ମନ୍ତ୍ରୀ ସମନ୍ବିତ ଚାଷ ସମ୍ପର୍କରେ ଗୁରୁତ୍ୱ ଦେବା ପାଇଁ କହିଥିଲେ । ଜିଲ୍ଲାପାଳ ସମ୍ବଲପୁର ସମସ୍ତ ଅଧିକାରୀକୁ ଆଦେଶ ଦେଲେ କ୍ଷେତ୍ର ପରିଦର୍ଶନ କରିବା ଏବଂ ପରବର୍ତ୍ତୀ ବୈଠକରେ ପରିଦର୍ଶନର ଫଟୋ ଅଂଶୀଦାର କରିବା କହିଥିଲେ । ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ର ରାସନ କାର୍ଡ ବଣ୍ଟନ ଉପରେ ଆଲୋଚନା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ବିଷୟ ରେ ଆଲୋଚନା, ଯଦି କୌଣସି ଘରୋଇ ହସ୍ପିଟାଲ/ନର୍ସିଂହୋମରେ ହେଲ୍ଥକାର୍ଡର ଦୁରୁପଯୋଗ ହୁଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ମନ୍ତ୍ରୀ କହିଛନ୍ତି।। ଜଳସେଚନ ବିଭାଗ ର ବିଭିନ୍ନ ପ୍ରକଳ୍ପ ବିଷୟ ରେ ଆଲୋଚନା ହେଲା । ଆବଶ୍ୟକସ୍ଥଳେ ଅଧିକ ନଳକୂପ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳ ସମ୍ବଲପୁର ଜିଲ୍ଲାପାଳ ଓ ମାନ୍ୟବର ମନ୍ତ୍ରୀ କହିଛନ୍ତି। ଏଥିସହିତ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ନଳକୂପର ମରାମତି ଓ ଧୋଇବା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ଆବଶ୍ୟକସ୍ଥଳେ ସ୍କୁଲର ପୁନରୁଦ୍ଧାର ଉପରେ ମନ୍ତ୍ରୀ ଗୁରୁତ୍ୱ ାରୋପ କରିଥିଲେ । ଖରାଦିନେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସମ୍ପର୍କରେ ଆଲୋଚନା ହେବା ସହ ବିଦ୍ୟୁତ୍ କାଟ ସମ୍ପର୍କରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଗ୍ରୀଷ୍ମ ଋତୁରେ କୌଣସି ବିଜୁଳି କାଟ୍ ନ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏହି ବୈଠକ ରେ ସମସ୍ତ ଜିଲ୍ଲା ପରିଷଦ ଜୋନର ସଦସ୍ୟ/ସଦସ୍ୟା, ସମସ୍ତ ଲାଇନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ସମ୍ବଲପୁରର ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଅଷ୍ଟମ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ
