Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ଲୁହା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗଣ୍ଡା ସମାଜ ଏକ ପ୍ରତିନିଧି ଦଳ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଭେଟି ପ୍ରକାଶ କୁମାର ଲୁହଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ବୀରମହାରାଜପୁର ଗଣ୍ଡା ସମାଜର ସଭାପତି ରାମ ମହାନନ୍ଦ ଙ୍କ ନେତୃତ୍ବରେ ଏକ ଦାବିପତ୍ର ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଗତ ୧୫ ଏପ୍ରିଲ ରେ ପ୍ରକାଶ କୁମାର ଲୁହା ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ତାଙ୍କୁ ସାନନ୍ଦ ମେହେର ଓ ନୀତିଶ ନାମକ ଦୁଇ ଜଣ ବ୍ୟକ୍ତି ପଣ୍ଡାପାଲି ବ୍ରିଜ ନିକଟରେ ମୁଣ୍ଡରେ ପିସ୍ତଲ ରଖି ମାଡ଼ ମାରିବା ସହିତ ସୁନା ଚେନ, ତିନି ହଜାର ଟଙ୍କା ଛାଡାଇନେବା ଓ ଜାତିଆଣ ଆକ୍ଷେପ ଅଭିଯୋଗ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଗିରଫ ହୋଇନାହାନ୍ତି । ପ୍ରକାଶ ଲୁହା ଙ୍କ ଅଭିଯୋଗ ର ନିରପେକ୍ଷ ତଦନ୍ତ କରି ଆଇନ ଅନୁଯାୟୀ ନ୍ୟାୟ ଦାବି କରିଛନ୍ତି। ଏନେଇ ଏସ ଡି ପି ଓ ହେମନ୍ତ ରାଓ କହିଛନ୍ତି ଯେ ଘଟଣାର ନିରପେକ୍ଷ ତଦନ୍ତ ସହ ନ୍ୟାୟ ପ୍ରଦାନ କରାଯିବ । ଘଟଣାର ତଦନ୍ତ ଚାଲିଛି । ସମସ୍ତ ସି ଡି ଆର ଆସିବା ପରେ ଖୁବ୍ ଶୀଘ୍ର ତଦନ୍ତ ପ୍ରକ୍ରିୟା ଶେଷକରି ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି। ଦାବିପତ୍ର ର ନକଲ ଏସ ପି ସୁବର୍ଣ୍ଣପୁର , ଡି ଜି ପୋଲିସ, କଟକ , ଓଡ଼ିଶା ମାନବାଧିକାର କମିଶନ ଓ ଏସ ସି ସେଲ କମିଶନ ଙ୍କ ନିକଟକୁ ପଠାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ବୀରମହାରାଜପୁର ଗଣ୍ଡା ସମାଜ ସଭାପତି ଙ୍କ ସହିତ ବୀରମହାରାଜପୁର ଆମ୍ବେଦକର ସେବସଂଘ ସମ୍ପାଦକ କର୍ମୁ କଲତା , ସୁବଳୟା ଆମ୍ବେଦକର ସେବସଂଘ ସଭାପତି ଗଦାଧର ବାଦି, ରଞ୍ଜିତ ଭଞ୍ଜ , ଲଳିତ ମୋହନ ଲୁହା , ଅରୁଣ ଊର୍ମା , ସପନେଶ୍ୱର ଦୀପ , ଯଦୁ ଭୋଇ , ତ୍ରିଲୋଚନ ତାଣ୍ଡିଆ , ରାଜେନ୍ଦ୍ର ଭୋଇ ପ୍ରମୁଖ ଙ୍କ ସହିତ ବହୁ ଗଣ୍ଡା ସମାଜ ପ୍ରତିନିଧି ସାମିଲ ହୋଇଥିଲେ।