ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟ କମଳପୁର ଗାଁର ଶତାୟୁ ପୁରୁଷ ତଥା ସାନ ଗୌନ୍ତିଆ ଧନେଶ୍ୱର ପଣ୍ଡାଙ୍କର ୧୦୨ ବର୍ଷ ବୟଷରେ ପରଲୋକ ଘଟିଛି । ୧୦୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ ସେ ଶେଷ ପର୍ଯ୍ୟନ୍ତ ନିଜର ସମସ୍ତ କାର୍ଯ୍ୟ ନିଜେ କରିପାରୁଥିଲେ । ହେଲେ ସୋମବାର ଆପରାହ୍ନରେ ହଠାତ ତାଙ୍କର ବିୟୋଗ ଘଟିଥିଲା । ମୃତ୍ୟୁପରେ ସ୍ଥାନୀୟ ମହାନଦୀ ଘାଟ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡପୁଅ ଲଳିତ ମହୋନ ପଣ୍ଡା ମୁଖାଗ୍ନୀ ଦେଇଥିବାବେଳେ ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପୁଅ ନରୋତମ , ଗୌତମ , ଗିରିଶ , ସୁରେଶ , ଏକମାତ୍ର ଝିଅ ସ୍ନେହଲତା, ପୁତୁରା ବିଷ୍ଣୁଚରଣ , ମହେଶ , ରମେଶ , ପ୍ରଦୀପ , ପପୁନଙ୍କ ସମେତ ଜ୍ୱାଇଁ ଏବଂ ନାତିମାନେ ଉପସ୍ଥିତ ଥିଲେ । ସେହିଭଳି ମହାନଦୀର ସ୍ମଶାନ ଘାଟରେ ଗ୍ରାମବାସୀଙ୍କ ସମେତ ଅନେକ ଅତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଗାଁ ଗୌନ୍ତିଆ ତଥା ସ୍ୱର୍ଗତ ହରିହର ପଣ୍ଡାଙ୍କ ସେ ଥିଲେ ବଡଭାଇ । ଜଣେ ଖୁବ ସରଳ ଏବଂ ମେଳାପି ବ୍ୟକ୍ତି ଭାବରେ ସେ ସମସ୍ତଙ୍କର ଅତି ପ୍ରୀୟ ମଣିଷ ଥିଲେ । ତାଙ୍କର ବିୟୋଗରେ କମଳପୁର ଗାଁ ସମେତ ଅଂଚଳରେ ଶୋକର ଛାୟା ଖେଳିଯାଇଛି l
ଶତାୟୁ କମଳପୁର ଗାଁ ର ଗୌନ୍ତିଆ ଧନେଶ୍ଵର ପଣ୍ଡା ଙ୍କ ପରଲୋକ
