Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ତାନ ଜନ୍ମ ହେବେ ନାହିଁ, ମାନବ ସଭ୍ୟତା ଉପରେ ସଙ୍କଟ, ସମଲିଙ୍ଗୀ ବିବାହ ଉପରେ ଆଇନଜୀବୀଙ୍କ ଯୁକ୍ତି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ଦାବିରେ ଆଗତ ଯାଚିକା ଉପରେ ସଂପ୍ରତି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କୋର୍ଟ ରୁମରେ ଉଭୟ ପକ୍ଷ ମଧ୍ୟରେ ଗରମାଗରମ ବିତର୍କ ଦେଖିବାକୁ ମିଳୁଛି। ମଙ୍ଗଳବାର ପୁଣି ଥରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରୋଚକ ଯୁକ୍ତିତର୍କ ହୋଇଛି। ସମଲିଙ୍ଗୀ ବିବାହ ମାନ୍ୟତାକୁ ବିରୋଧ କରି ଆଇନଜୀବୀ ରାକେଶ ଦ୍ଵିବେଦୀ ଅନେକ ତର୍କ ରଖିଛନ୍ତି। ସେ କହିଛନ୍ତି ସମଲିଙ୍ଗୀ ବିବାହରେ ସନ୍ତାନ ଉତ୍ପତି ହୋଇ ପାରିବ ନାହିଁ, ଯାହା ବିବାହର ମୁଖ୍ୟ ଉଦ୍ଦେଶ୍ୟ।

ଯଦି ବିବାହର ସଠିକ୍ ପରିଭାଷାକୁ ସଠିକ୍ ଢଙ୍ଗରେ ବୁଝାଯିବ ନାହିଁ ତେବେ ତ ସମସ୍ୟା ଆସିବା ସୁନିଶ୍ଚିତ। ବିବାହକୁ ନେଇ ଯଦି କୌଣସି ନିୟମ ରହିବ ନାହିଁ ତେବେ ଭାଇ-ଭଉଣୀ ମଧ୍ୟ ବିବାହ କରିବାକୁ ଚାହିଁବେ। ସମଲିଙ୍ଗୀ ବିବାହରେ ସନ୍ତାନ ହେବ ନାହିଁ ଏବଂ ପୁଣି ମାନବ ସଭ୍ୟତା ଉପରେ ସଙ୍କଟ ଆସିବ। ଅନେକ ଦେଶରେ ଛୁଆ ଜନ୍ମ ହେଉ ନାହାନ୍ତି ଏବଂ ଲୋକେ ବୁଢା ହେଉଥିବା ନିଜ ତର୍କରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ଦ୍ଵିବେଦୀ।

ସେ କହିଛନ୍ତି ସାମାଜିକ ପରମ୍ପରାରେ ସ୍ତ୍ରୀ ଏବଂ ପୁରୁଷଙ୍କ ମିଳନ ହୋଇଥାଏ। ମାନବ ସଭ୍ୟତାକୁ ବଜାୟ ରଖିବା ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ। ମାତ୍ର ସନ୍ତାନ ଉତ୍ପତ୍ତି ତ ସମଲିଙ୍ଗୀ ବିବାହରେ ହୋଇ ପାରିବ ନାହିଁ। ଏହି ପରି ବିବାହର ପରିଭାଷା ବଦଳାଇବା ଠିକ୍ ହେବ ନାହିଁ। ମାମଲାର ଶୁଣାଣି କରୁଥିବା ପୀଠରେ ସାମିଲ୍ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ କହିଛନ୍ତି ପରିବର୍ତ୍ତନ କେମିତି ଭୁଲ୍ ହୋଇପାରେ ?

ଜଷ୍ଟିସ ଭଟ୍ଟ କହିଛନ୍ତି, ପ୍ରଥମେ ତ ଭିନ୍ନ ଜାତିରେ ବିବାହକୁ ମଧ୍ୟ ଅନୁମତି ନଥିଲା ଏବଂ ଅନ୍ୟ ଧର୍ମରେ ବିବାହ ତ ୫୦ ବର୍ଷ ପୂର୍ବେ ହେଉନଥିଲା। ମାତ୍ର ଏବେ ଏହା ଘଟୁଛି। ଏହାର କାରଣ ସମ୍ବିଧାନ ଏହାକୁ ଅନୁମତି ଦେଇଛି। ସମ୍ବିଧାନ ସ୍ଵତଃପ୍ରବୃତ ଭାବେ ନିଜର ପରମ୍ପରା ଭାଙ୍ଗି ଚାଲିଛି। କାରଣ ପ୍ରଥମ ଥର ଆପଣ ଅନୁଚ୍ଛେଦ ୧୪ ଆଣିଛନ୍ତି। ଯଦି ଆପଣ ଅନୁଚ୍ଛେଦ ୧୪, ୧୫ ଏବଂ ୧୭ ଆଣିଛନ୍ତି ତେବେ ପୁରୁଣା ପରମ୍ପରା ତ ଭଙ୍ଗ ହୋଇ ସାରିଛି। ଏହା ଉପରେ ଦ୍ଵିବେଦୀ ତର୍କ ଦେଇ କହିଛନ୍ତି, ପରିବର୍ତ୍ତନ ବିଧାୟିକା କରିଛନ୍ତି ଯାହା ରୀତି ନୀତି ପରିବର୍ତ୍ତନ କରିପାରେ। ଏହି କାମ ଅଦାଲତ କରି ପାରିବ ନାହିଁ ଏହା ତ ସଂସଦର କାମ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ