ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆଙ୍କ ଦ୍ୱାରା ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ଓ ପକ୍ଷୀ ମାନଙ୍କ ପାଇଁ ମାଟି ହାଣ୍ଡି ମାଧ୍ୟମରେ ପିଇବା ପାଣି ର ବ୍ୟବସ୍ଥା କରିଛନ୍ତି l ବର୍ତ୍ତମାନ ପରିସ୍ଥିତି ରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା 45° ଡିଗ୍ରୀ ତାପମାତ୍ରା ରେ ଅଗ୍ନି ବର୍ଷା ହେଉଥିବା ବେଳେ ଜଙ୍ଗଲ ମଧ୍ୟରେ ପାଣିର ଘୋର ସଙ୍କଟ ଦେଖାଦେଉଥିବା ବେଳେ ଜୀବଜନ୍ତୁ ମାନେ ଡହକବିକଳ ହୋଇଯାଉଛନ୍ତି l ଏଭଳି ପରିସ୍ଥିତିରେ ସତ୍ୟଜିତ ନିଜସ୍ୱ ଉଦ୍ୟମରେ ପ୍ରତ୍ୟେହ ଜଙ୍ଗଲ ମଧ୍ୟକୁ ପାଣି ନେଇ ବନ୍ୟପ୍ରାଣୀ ତଥା ପକ୍ଷୀମାନଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ଦେଉଛନ୍ତି l ସତ୍ୟଜିତ ଖରା ଦିନରେ ବିଭିନ୍ନ ସ୍ଥାନ ଯଥା ଛାତ ଉପରେ, ରାସ୍ତା କଡରେ ଏବଂ ଜଙ୍ଗଲ ମଧ୍ୟରେ ମାଟି ପାତ୍ର ସାହାଯ୍ୟରେ ଜୀବଜନ୍ତୁ ମାନଙ୍କ ପାଇଁ ନିର୍ଭୟରେ ପିଇବା ପାଇଁ ପାଣି ବ୍ୟବସ୍ତା କରିଥାନ୍ତି l ଏହାସହିତ ଖରା ଦିନରେ ଏପରି ଜୀବଜନ୍ତୁଙ୍କ ସେବା କରିବା ସହ ସବୁଜ ବନାନୀକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି l ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଅଛି l
ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାତିରେ ପକ୍ଷୀ ଙ୍କ ପାଇଁ ମାଟି ହାଣ୍ଡିରେ ପିଇବା ପାଣି ବ୍ୟବସ୍ଥା କଲେ ସତ୍ୟଜିତ
