Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ଲକ୍ଷ୍ମୀପୁର ୨୩/୦୪
ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଜାଇଛି।ମହା ବିଦ୍ୟାଳୟର ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ପୂର୍ବତନ ସାଂସଦ ଝିନ ହିକକା ଯୋଗ ଦେଇ
ଛାତ୍ରୀ ମାନେ ଅସାମାଜିକ ଲୋକଙ୍କ ଆକ୍ରମଣର ମୁକାବିଲା କିପରି କରିପାରିବେ ସେ ଉପରେ ଉପସ୍ଥିତ ଛାତ୍ରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଏଥିରେ ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀପୁର ଥାନା ର ମହିଳା ଇନିସପେକ୍ଟର ଶାନ୍ତିଲତା ବେହେରା ଯୋଗ ଦେଇ
ଆତ୍ମ ସୁରକ୍ଷା କୌଶଳର ଉପକାରିତା ଉପରେ ଛାତ୍ରୀ ମାନଙ୍କୁ କହିଥିଲେ। ବର୍ତମାନ ଆମ ଦେଶର ସାମରିକ ବିଭାଗରେ ମହିଳା ମାନେ କିପରି ଅଗ୍ରଣି ଭୁମିକା ନେଉଛନ୍ତି ତାହା ଉପରେ ବୁଝାଇଥିଲେ।କାର୍ଯ୍ୟକ୍ରମକୁ ସେଲଫ୍ ଡିଫେନ୍ସ କୋଡିନେଟର ଶିକ୍ଷା ବିଭାଗର ଅଧ୍ୟାପିକା ତିଳୋତ୍ତମା ପଟନାୟକ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷକ ଭାବେ ବିଣାପାଣୀ ମହାନନ୍ଦିଆ ଯୋଗ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ମହା ବିଦ୍ୟାଳୟର ଅଧ୍ୟାପିକା ସନ୍ତୋଷିନୀ ଦାଶ,ଜୟଶ୍ରୀ କରସୁଧା ପଟନାୟକ, ସଙ୍ଗୀତା ନାଗ,ଅଧ୍ୟାପକ ଦୁର୍ଯ୍ୟାଧନ ସାହୁ,ବାବୁଲା ବେନିୟା,ଏଙ୍କେଶ୍ୱର ଖରା ,ଆମ୍ବରୀ ହିକକା ,ଭଜରାଜ ବିଶୋଇ ଉପସ୍ଥିତ ଥିଲେ।ଅଧ୍ୟାପିକା ମହିମା ରାଣୀ ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।