ନାବାର୍ଡ ସହାୟତାରେ ଜଳସେଚନ ପ୍ରକଳ୍ପ ଏବଂ ସାଧାରଣ ଉପ‌ଯୋଗୀତା କେନ୍ଦ୍ର ଉଦଘାଟିତ


ସମ୍ବଲପୁର:ନାବାର୍ଡର ଆର୍ଥିକ ସହଯୋଗ ସହିତ ଆଦର୍ଶ ଅନୁଷ୍ଠାନର ସଂଯୋଜନାରେ ଏବଂ ଗ୍ରାମବାସୀଙ୍କର ଶ୍ରମଦାନରେ କାର୍ଯ୍ୟକାରିତା ହୋଇଥିବା ନୂତନ ଜଳସେଚନ ପ୍ରକଳ୍ପ ନାକଟିଦେଉଳ ବ୍ଲକର ବଡବାହାଲ ଗ୍ରାମରେ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ରୂପେ ନାବାର୍ଡ ଓଡିଶା କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ବରର ମୁଖ୍ୟ ମହାପ୍ରବନ୍ଧକ ଡାଃ ସୁଧାଂଶୁ କେ କେ ମିଶ୍ର ଯୋଗଦାନ କରିଥିଲେ।ଅନ୍ୟନ୍ୟ ପ୍ରମୁଖ ଅତିଥି ଭାବେ ଡାଃ ସମୀର ସାମନ୍ତରା, ଉପ ମହାପ୍ରବନ୍ଧକ, ନାବାର୍ଡ, ଶ୍ରୀ ଧୀରେନ୍ଦ୍ର କୁମାର ଦାଶ, ସହାୟକ ମହାପ୍ରବନ୍ଧକ, ନାବାର୍ଡ, ସମ୍ବଲପୁର, ପାଣିମୁରା ପଞ୍ଚାୟତର ସରପଞ୍ଚ ଶ୍ରୀ ଜଗନ୍ନାଥ ସାହୁ ଏବଂ ଆଦର୍ଶ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିଲେ, ଗ୍ରାମବାସୀ ବୃନ୍ଦ ଜଳସେଚନ ପ୍ରକଳ୍ପ ଦ୍ବାରା ବିଭିନ୍ନ ପ୍ରକାର ଉପକାର ପାଉଛନ୍ତି ଯଥା: ପାକଶାଳା ବଗିଚା, ଜରୁରୀ ପରିସ୍ଥିତିର ଜଳ ଯୋଗାଣରେ କୃଷି ବିକାଶ, ଶୌଚାଳୟ ବ୍ୟବହାର ଏବଂ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଜଳର ଉପଯୋଗୀତା ସମ୍ପର୍କରେ ନାବାର୍ଡ ର ମୁଖ୍ୟ ମହାପ୍ରବନ୍ଧକ ଏବଂ ଅନ୍ୟ ଅତିଥ୍‌ ମାନଙ୍କୁ ବୁଝେଇ କହିବା ସହିତ ପାରିପାର୍ଶିକ ଜାଗାକୁ ବୁଲାଇ ଦେଖାଇଥିଲେ ଏବଂ ନାବାର୍ଡ କୁ ଆର୍ଥିକ ସହାୟତା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ |
ଦ୍ବିତୀୟ ପର୍ଯ୍ୟାୟରେ, ରେଢ଼ାଖୋଲ ବ୍ଲକ ର ପର୍ଯ୍ୟଟକ ସୁଳୀ କନ୍ଧରା ଗ୍ରାମରେ ନାବାର୍ଡ ର ଆର୍ଥିକ ସହାୟତା ରେ ଏବଂ ଆଦର୍ଶ ଅନୁଷ୍ଠାନର ସହଯୋଗିତାରେ ଗଠିତ ଭୀମ ଭୋଇ ବୁଣାକାର କମ୍ପାନୀ ର ଗଠିତ ସାଧାରଣ ଉପ‌ଯୋଗୀତା କେନ୍ଦ୍ର କୁ ଡାଃ ସୁଧାଂଶୁ କେ କେ ମିଶ୍ର, ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ ଉଦଘାଟନ କରିଥିଲେ | ଏହି ଅବସରରେ ଡାଃ ସମୀର ସାମନୁରା, ଉପ ମହାପ୍ରବନ୍ଧକ, ନାବାର୍ଡ ଏବଂ ଶ୍ରୀ ଧୀରେନ୍ଦ୍ର କୁମାର ଦାଶ, ସହାୟକ ମହାପ୍ରବନ୍ଧକ, ନାବାର୍ଡ, ସମ୍ବଲପୁର ମଧ୍ଯ ଉପସ୍ଥିତ ଥୁଲେ | ଉକ୍ତ କାର୍ଯ୍ୟକ୍ରମରେ କନ୍ଧରା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଅତିଥ୍‌ ମାନଙ୍କୁ ସମ୍ବଦ୍ଧନା ଜ୍ଞାପନ କରିଥିଲେ | କାର୍ଯ୍ୟକ୍ରମରେ ବୁଣାକାର କମ୍ପାନୀ ର ବୋର୍ଡ ସଦସ୍ୟ କୁନା ମେହେର, ସନ୍ତୋଷ ମେହେର, ସୁଜିତ୍ ମେହେର ଏବଂ ରୋହିତ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | କାର୍ଯ୍ୟକ୍ରମ ଆୟୋଜନରେ ଆଦର୍ଶ ଅନୁଷ୍ଠାନର ବାସୁଦେବ ବେହେରା, ଡେଭିଡ ରଞ୍ଜନ ପାଣି, କୁମୁଦ ବନ୍ଧୁ ଖରସେଲ, ମନବୋଧ ସାହୁ ଆଦି ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଧୀରେନ୍ଦ୍ର କୁମାର ଦାଶ, ଏଜିଏମ, ନାବାର୍ଡ ଧନ୍ୟବାଦ ଅର୍ପଣ କରିଥିଲେ | ଗ୍ରାମବାସୀ ଏବଂ ବୁଣାକାର ମାନେ ନାବାର୍ଡ ର ଆର୍ଥିକ ସହାୟତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ |