Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ; ପାକ ସରକାରଙ୍କ x ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତରେ ପାକିସ୍ତାନ ସରକାରଙ୍କ x ଆକାଉଣ୍ଟକୁ ବ୍ଲକ କରାଯାଇଥିବା ସୂଚନା ମିଳିଛି।

କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ବୁଧବାର ଦିନ ହିଁ ସରକାର ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ସମେତ ୫ଟି ପ୍ରମୁଖ ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି। ତଥାପି,ଏହା ପ୍ରଥମ ଥର ନୁହେଁ, ମାର୍ଚ୍ଚ ୨୦୨୩ରେ ମଧ୍ୟ ଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କମ୍ପାନୀ Xକୁ ଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ୍ କରିବାକୁ ଅନୂରୋଧ କରିଥିଲେ।

ତେବେ ଖାସ କଥା ହେଉଛି ଯେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଦ୍ୱିତୀୟ ଦିନରେ ଭାରତ ଏହି ପଦକ୍ଷେପ ନେଇଛି। ମଙ୍ଗଳବାର ଦିନ ହୋଇଥିବା ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ ଏହି ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀମାନେ ସାମିଲ ହୋଇଥାଇପାରନ୍ତି।