Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ନାତକ ସମ୍ମାନ ଓଡ଼ିଆ ରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଛାତ୍ରୀ ଅନିତା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରେ ଚତୁର୍ଥ ସ୍ଥାନରେ……

ଲକ୍ଷ୍ମୀପୁର ୨୪/୦୪ ..—-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସ୍ନାତକ ସମ୍ମାନ ଓଡ଼ିଆ ପରୀକ୍ଷାରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ଛାତ୍ରୀ ସୁଶ୍ରୀ କୁନିପିଲ୍ଲୀ ଅନିତା ଚତୁର୍ଥ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ କେବଳ ନୁହଁ ସମଗ୍ର କୋରାପୁଟ ଜିଲ୍ଲାର ଗୌରବ ବଢ଼େଇଛନ୍ତି। ନାରାୟଣପାଟଣା ବ୍ଲକ ସଦର ମହକୁମା ର ଗରିବ ପିତା ତଥା ରିକ୍ସା ଚାଳକ ଗୌରୀ ଓ ମାତା ପାପିନ୍ନାଙ୍କ ଯତ୍ନ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୁ ମୁଦୁଲି ତଥା ଅଧ୍ୟାପକ ମାନଙ୍କ ପ୍ରୋତ୍ସାହନ ଯୋଗୁଁ ସେ ଏହିକୃତିତ୍ୱ ହାସଲ କରି ପାରିଛନ୍ତି।ଅଧ୍ୟାପିକା ଓଡ଼ିଆ ଅଧ୍ୟାପିକା ଜୟଶ୍ରୀ କରସୁଧା ପଟ୍ଟନାୟକଙ୍କ ପାଠ ପଢା ର ଶୈଳୀ ଓ ତାଙ୍କ ପ୍ରେରଣା ଅଧିକରୁ ଅଧିକ ପଢିବାରେ ପୁର୍ଣସହଯୋଗ କରିଥିବା ଛାତ୍ରୀ ଅନିତା ସ୍ୱଷ୍ଟ କରିଛନ୍ତି।ଚଳିତ ବର୍ଷ କୋରାପୁଟ ଜିଲ୍ଲା ର ଯୁକ୍ତ ତିନି ଛାତ୍ର ଛାତ୍ରୀ ମାନେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅଧୀନ ରେ ଶେଷ ବର୍ଷ ପାଇଁ ପରୀକ୍ଷା ଦେଇଥିବା ବେଳେ ଆସନ୍ତା ବର୍ଷ ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଅଧୀନ ରେ ପରୀକ୍ଷା ଦେବେ, ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ଅଧୀନ ରେ ପରୀକ୍ଷା ଦେବା ପୂର୍ବରୁ ଅନିତା ଚତୁର୍ଥ ସ୍ଥାନ ଅଧିକାର କରି ସମସ୍ତ ଙ୍କ ପ୍ରିୟ ପାତ୍ର ହୋଇ ପାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ