Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରରେ ଜାତୀୟ ପଞ୍ଚାୟତି ରାଜ୍ ଦିବସ ପାଳନ

ଲକ୍ଷ୍ମୀପୁର ୨୪/୦୪
ସାରା ରାଜ୍ୟରେ ଆଜି ମହା ସମାରୋହରେ ପଞ୍ଚାୟତରାଜ୍ ଦିବସ ପାଳନ କରାଜାଇଛି।ପୁରୀରୁ ମୁଖ୍ୟମନ୍ତ୍ରୀ   ମୋହନ ଚରଣ ମାଝୀ ଏହି ଦିବସ ପାଳନ କରିଥିବା ବେଳେ ପ୍ରତ୍ୟେକ ବ୍ଲକ ବାସିନ୍ଦା ଆଭାସୀ ମାଧ୍ୟମରେ ଏହାର ସିଧା ପ୍ରସାରଣ ଦେଖିବାର ସୁଯୋଗ ପାଇଥିଲେ।ଏଥି ସହ ନୂତନ ହିତାଧିକାରୀଙ୍କ ପାଇଁ ରାସନ କାର୍ଡ ର ମଧ୍ୟ ଶୁଭାରମ୍ଭ ହୋଇଥିଲା।ଲକ୍ଷ୍ମୀପୁର ବ୍ଲକ ସହକାରୀ ଯନ୍ତ୍ରୀ ଏମ.ପବନ କୁମାରଙ୍କ ନେତୃତ୍ୱରେ ବ୍ଲକ ପଡିଆ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା ଏହାର ସଭାପତିତ୍ୱ କରିଥିବା ବେଳେ ଏହି ଉସ୍ଛବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼,ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଆରତୀ କୁଲଦୀପ,ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ସାଂସଦ ପ୍ରତିନିଧି କୈଳାସ ଖସଲା,ଜିପିଓ ସୁଧୀର ବେହେରା,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ସାଙ୍ଗାନ୍ନା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ବିଜେପି ର ବରିଷ୍ଠ ନେତା  ମନୋଜ ସାହୁ,ଜିଲ୍ଲା ପରିଷଦ ସଦସ୍ୟା ପିଙ୍କି ହିମେରିକାଙ୍କ ସମେତ ତେରଟି ପଞ୍ଚାୟତ ର ସମସ୍ତ ଜନ ପ୍ରତିନିଧି ମାନେ ଯୋଗ ଦେଇ ବିଜୁ ବାବୁଙ୍କ ଫଟ ଚିତ୍ର ଆଗରେ ଧୁପ ଦ୍ଵିପ ଦେଇ ପୁଜାର୍ଚନା କରିଥିଲେ।କାର୍ଯ୍ୟକ୍ରମରେ ପ୍ରଥମ ଦଶ ଜଣ ନୂତନ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମିଶନ ଶକ୍ତି କୋଡିନେଟର ରଜତ ବିଡ଼ିକା ମଞ୍ଚ ପରିଚାଳନା କରିଥିବା ବେଳେ ଯୋଗାଣ ଅଧିକାରୀ ଆଦିତ୍ୟ ବିଶ୍ୱ ପ୍ରସାଦ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବତୋଷ ସ୍ୱାଇଁ,ଟୁନା ଖଟେଇ,ପ୍ରକାଶ ସେଠୀ,ତୁଷାର କାନ୍ତ ସୂଚେନ,ଦାମଦର ଖଣ୍ଡପାଣି,ତ୍ରିନାଥ ବିଷୋୟୀ ଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରି ଉପସ୍ଥିତ ରହି ସହଯୋଗ କରିଥିଲେ।