Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ପଞ୍ଚାୟତି ରାଜ ଦିବସ ଉପଲକ୍ଷେ ରେଙ୍ଗାଲି ବ୍ଲକ ର ରେଙ୍ଗାଲି ଓ ନିଶାନଭଙ୍ଗା ପଞ୍ଚାୟତ ପୁରସ୍କୃତ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ର ରେଙ୍ଗାଲି ଓ ନିଶାନଭଙ୍ଗା ପଞ୍ଚାୟତ
ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସର ରେ ପୁରସ୍କୃତ ହୋଇଛନ୍ତି। ରେଙ୍ଗାଲି ଗ୍ରାମ ପଞ୍ଚାୟତ ଗ୍ରେଡ୍ “ଏ “ରେ ପ୍ରଥମ ସ୍ଥାନ ଅଧିକାର କରି ୭,୭୨,୯୪୬ ଟଙ୍କାର ଚେକ୍ ସହ ମାନପତ୍ର ଦେଇ ରେଙ୍ଗାଲି ସରପଞ୍ଚ ଡଃ ଚିତ୍ତରଞ୍ଜନ ବାଗ ଙ୍କୁ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ସମ୍ମାନିତ କରିଛନ୍ତି। ସେହିପରି ନିଶାନଭଙ୍ଗା ଗ୍ରାମ ପଞ୍ଚାୟତ ଗ୍ରେଡ “ସି” ରେ ତୃତୀୟ ସ୍ଥାନ ଅଧିକାର କରି ୩,୮୬,୪୭୩ ଟଙ୍କାର ଚେକ୍ ସହ ମାନପତ୍ର ଦେଇ ସରପଞ୍ଚ ସରୋଜ ମେହେର ଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ସିଡିଓ ପ୍ରସନ୍ନ ପାତ୍ର, ସାସଂଦ ପ୍ରତିନିଧି ନାଉରୀ ନାଏକ, ସମ୍ବଲପୁର ବିଧାୟକ ଙ୍କ ପ୍ରତିନିଧି ଏବଂ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ। ରେଙ୍ଗାଲି ଗ୍ରାମପଞ୍ଚାୟତ କୁ “ଏ” ଗ୍ରେଡ୍ ମିଳିଥିବାରୁ ସରପଞ୍ଚ ଡଃ ଚିତ୍ତରଞ୍ଜନ ବାଗ ରାଜ୍ୟ ସରକାର ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ରେଙ୍ଗାଲି ପଞ୍ଚାୟତ ର ଜନସାଧାରଣ ଙ୍କ ସହଯୋଗ ଦେଇ ଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ