Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭାରତୀୟ ନାଗରିକଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ି ସ୍ବଦେଶ ଫେରିବାକୁ ନିର୍ଦ୍ଦେଶ…

ପାକିସ୍ତାନ ଯାଅନି… ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ସତର୍କ କରାଇବା ସହ ପରାମର୍ଶ ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । କୌଣସି ପରିସ୍ଥିତିରେ ବି ପାକିସ୍ତାନ ଗସ୍ତ ନକରିବାକୁ କୁହାଯାଇଛି ଏଥିସହ ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କ ମଧ୍ୟ ଭାରତ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ସୁରକ୍ଷା କ୍ୟାବିନେଟ କମିଟିର ପାକିସ୍ତାନ ବିରୁଦ୍ଧରେ କୂଟନୀତି ଆକ୍ରମଣ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଏହି ପରାମର୍ଶ ଜାରି କରାଯାଇଛି ।

ଏପଟେ ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ ସରକାର ଆସିଥିବା ବେଳେ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛି ଭାରତ । ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ତାର ସମୟସୀମା ଏପ୍ରିଲ ୨୭ ଯାଏଁ ରହିଛି । ମାନେ ୨୭ ତାରିଖ ପରେ ଭିସା ରଦ୍ଦ । ସେହିପରି ଯେଉଁ ପାକିସ୍ତାନୀ ନାଗରିକଙ୍କୁ ମେଡିକାଲ ଭିସା ମିଳିଛି ତାହା ୨୯ ତାରିଖ ପରେ ରଦ୍ଦ ହେବ । ତେଣୁ ଯେଉଁ ପାକିସ୍ତାନୀ ଭାରତରେ ରହିଛନ୍ତି ୭୨ ଘଣ୍ଟା ଭିତରେ ଭାରତ ଛାଡନ୍ତୁ । ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡି ସ୍ବଦେଶ ଫେରିଯିବାରୁ କଡା ନିର୍ଦ୍ଦେଶ ଦିଆଯାଇଛି ।