Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତଃ ରାଜ୍ୟ ଜୁଆ ଆଡା ଉପରେ ବନ୍ଧୁଗାଁ ପୋଲିସ ର ଚଢ଼ାଉ…ଚିଡିବାଲସା ଜଙ୍ଗଲ ରେ ଆନ୍ଧ୍ର ଓ ଓଡିଶା ର ଯୁଆଡ଼ି ମାନେ ଖେଳୁଥିଲେ ଜୁଆ।୧୪ ଯୁଆଡ଼ି ସହ ୧୦ ଟି ମୋଟର ସାଇକେଲ ୨ଟି କାର , ୧୪ ମୋଟର ସାଇକେଲ ଜବତ

ଲକ୍ଷ୍ମୀପୁର ୨୬/୦୪ …କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲୋମଣ୍ଡା ଗାଁ ନିକଟସ୍ତ  ଚିଡିବାଲସା ଜଙ୍ଗଲ ରେ ଆନ୍ଧ୍ର ଓ ଓଡିଶା ର ଯୁଆଡ଼ି ମାନେ ଜୁଆଖେଳିବା ଖବର ପାଇ ଲକ୍ଷ୍ମୀପୁର ଏସଡ଼ି ପିଓ ଙ୍କ ନେତୃତ୍ୱ ରେ ବନ୍ଧୁଗାଁ ପୋଲିସ  ଚଢ଼ାଉ କରି ୧୪ ଜଣ ଯୁଆଡ଼ି ଙ୍କ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି।ଚିଡିବାଲସା ଜଙ୍ଗଲ ରେ ଆନ୍ଧ୍ର ଓ ଓଡିଶା ର ଯୁଆଡ଼ି ମାନେ ଖେଳୁଥିଲେ ଜୁଆ।
ଯୁଆଡ଼ି ମାନଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ସହ ୨ଟି କାର, ୧୪ ଟି ମୋବାଇଲ, ୧୦ଟି ବାଇକ ଜବତ କରାଯାଇଛି।
୧୪ ଜଣ ଜୁଆଡ଼ି ଙ୍କୁ ଜେରା ପରେ ଚୁକ୍ତିନାମା ରେ ଛଡା ଯାଇଥିବା ପୋଲିସ ସୂଚନା ଦେଇଛି। ଦୀର୍ଘ ଦିନ ହେଲା ପୋଲିସ କୁ ଚକମା ଦେଇ ଆନ୍ଧ୍ର ଓଡିଶା ସୀମାନ୍ତ ରେ ଲକ୍ଷ ଲକ୍ଷ ଟଙ୍କା ର ଜୁଆ ଖେଳ ହେଉଥିଲା। ବିଶେଷ ସୂତ୍ର ରୁ ଖବର ପାଇ ଲକ୍ଷ୍ମୀପୁର ଏସ ଡିପି ଓ ବିରଞ୍ଚି ନାରାୟଣ ଜଗତ ସ୍ୱତନ୍ତ୍ର ଟିମ ସହ ଚଢ଼ାଉ କରିଥିଲେ, ଚଢ଼ାଉ ରେ ବନ୍ଧୁଗାଁ ଆଇଆଇସି
ପ୍ରସନ୍ନ କୁମାର ମିଶ୍ର ଙ୍କ ସହ ପୋଲିସ ଟିମ ଉପସ୍ଥିତ ଥିଲେ। ଦୀର୍ଘ ଦିନ ହେଲା ଏହି ଆନ୍ତଃ ରାଜ୍ୟ ଜୁଆ ଆଡା କାହା ପ୍ରରୋଚନା ଓ ସହମତି ରେ ଚାଲିଥିଲା ତାହା ଏବେ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ