Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟପାଟଣା ସିଏଚସି ପକ୍ଷରୁ କୀଟନାଶକ ଉପଚାରିତା ମଶାରୀ ବଣ୍ଟନର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୨୮/୦୪
ସୋମବାର ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମଙ୍ଗଳପୁର ପଞ୍ଚାୟତ ଅଫିସ ପରିସରରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତା ମଶାରୀ ବଣ୍ଟନର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜୟପାଟଣା ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼. ସୁଭ୍ରଜିତ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, ମୁଖ୍ୟ ବକ୍ତା ଭାବେ ସାଂସଦ ପ୍ରତିନିଧି ଗଙ୍ଗାଧର ମାଝୀ, ସମ୍ମାନିତ ଅତିଥି ଭାବେ ଜୟପାଟଣା ଏବିଡ଼ିଓ ବିଶ୍ଵନାଥ ରାଉତ, ସ୍ଥାନୀୟ ସରପଞ୍ଚ ଇପ୍ସିତା ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ। ମେଲେରିଆ ଓ ଡେଙ୍ଗୁ ଭଳି ମଶା ବାହିତ ରୋଗରୁ ରକ୍ଷା ପାଇବାକୁ ହେଲେ ଶୋଇବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଉଥିବା ଔଷଧ ବୋଲା ମଶାରୀ ବ୍ୟବହାର କରିବା ବୋଲି ଅତିଥି ମାନେ ଳୋକଙ୍କୁ ବୁଝାଇବା ସହ ହିତାଧିକାରୀ ମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା। ଜୟପାଟଣା ସିଏଚସିର ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରିଣୀ ଭୋବେନ୍ଦ୍ର ସିଂ ମାଝୀ, ବିପିଏମ ପ୍ରତାପ ବରାଳ, ଭିବିଡିଟିଏସ ଅନିଲ ମହାପାତ୍ର, ସମେତ ସ୍ଥାନୀୟ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି, ଆଶା କର୍ମି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।