Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪ ବର୍ଷ ବୟସରେ IPLରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ବିହାରର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ମାତ୍ର ୩୫ ବଲ୍‌ରେ ଶତକ ହାସଲ କରି ଇତିହାସ ରଚିଛନ୍ତି। ଆଇପିଏଲ ଇତିହାସରେ ଭାରତ ପାଇଁ ଶତକ ହାସଲ କରିବାରେ ବୈଭବ ଦ୍ରୁତତମ ବ୍ୟାଟସମ୍ୟାନ୍ ହୋଇଛନ୍ତି। ବୈଭବ ମାତ୍ର ୩୭ ବଲ୍‌ରେ ଶତକ ହାସଲ କରିବାର ୟୁସୁଫ୍ ପଠାନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଆଇପିଏଲ ଇତିହାସରେ ଦ୍ରୁତତମ ଶତକ ହାସଲ କରିବାରେ ବୈଭବ ଏବେ ବିଶ୍ୱର ଦ୍ୱିତୀୟ ବ୍ୟାଟସମ୍ୟାନ୍। ଆପଣଙ୍କୁ କହି ରଖୁଛୁ ଯେ IPL ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ମାରିବାର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ଅଛି। ଗେଲ୍ ୩୦ ବଲ୍‌ରେ ଶତକ ହାସଲ କରି ଏକ ଚମତ୍କାର ରେକର୍ଡ କରିଥିଲେ। ଯଦିଓ ବୈଭବ ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲକାରୀ ବ୍ୟାଟସମ୍ୟାନ। ତଥାପି ସେ ଟି-୨୦ରେ ଏକ ବଡ଼ ବିଶ୍ୱ ରେକର୍ଡ କରିଛନ୍ତି। ବୈଭବ ଟି-୨୦ କ୍ରିକେଟରେ ଶତକ ହାସଲ କରିଥିବା ସବୁଠାରୁ କମ ବୟସର ବ୍ୟାଟସମ୍ୟାନ୍ ହୋଇପାରିଥିଲେ।

ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ୱାସିଂଟନ୍ ସୁନ୍ଦର ଓ ରସିଦ ଖାନଙ୍କ ଭଳି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବୋଲରଙ୍କୁ ବେଖାତିର କରି ବୈଭବ ମଧ୍ୟ ଭାରତୀୟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି।