Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମଣ୍ଡା ଗଡ଼ଜାତର ପ୍ରାଚୀନତମ ଶୈବପୀଠ ବାବା ଶଗଡେଶ୍ବର ଓ ମାତା ପାର୍ବତୀଙ୍କ ଥାଳ ଉଠା-ଗଣ୍ଠଲା ଫିଟା ସମ୍ପନ୍ନ

ଜମନକିରା: ଆସନ୍ତା ମଇ ମାସ ୩୧ ଓ ଜୁନ ମାସ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରା ତଥା ଶଗଡ଼େଶ୍ବର ମହୋତ୍ସବ- ୨୦୨୫ ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦେବ ଦମ୍ପତିଙ୍କ ଗଣ୍ଠଲା ଫିଟା ଓ ତାଳ ଉଠା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପୂଜକ ନିତ୍ୟାନନ୍ଦ ମିଶ୍ରଙ୍କ ପୋରୋହିତ୍ୟରେ ଶଗଡେଶ୍ବର ମନ୍ଦିର ମଣ୍ଡପରେ ଆନୁଷଙ୍ଗିକ ପୁଜା ଅର୍ଚ୍ଚନା ସମ୍ପନ୍ନ ହୋଇଥିଲା । ବିଗତ ବର୍ଷର ବର କର୍ତ୍ତା ଓ କନ୍ୟା କର୍ତ୍ତା ଉପସ୍ଥିତ ରହି ଗଣ୍ଠଲା ଫିଟା କାର୍ଯ୍ୟରେ ସହଯୋଗ କରିଥିଲେ। ଚଳିତ ବର୍ଷର ବର କର୍ତ୍ତା ରବୀନ୍ଦ୍ର ନାରାୟଣ ପରିଡ଼ା ଓ ସହଧର୍ମିଣୀ ଗୀତାଞ୍ଜଳୀ ପରିଡ଼ା ତଥା କନ୍ୟା କର୍ତ୍ତା ଅକ୍ଷୟ କୁମାର ନାୟକ ଓ ସହଧର୍ମିଣୀ ପ୍ରଦାୟିନୀ ପଟେଲଙ୍କୁ ଚଳିତ ବର୍ଷ ପାଇଁ ଦେବ ଦମ୍ପତିଙ୍କ ପିତା ମାତା ଭାବେ ଦାୟିତ୍ଵ ଅର୍ପଣ କରାଗଲା। ଏବର୍ଷର ମହୋତ୍ସବ କମିଟିରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠୀଙ୍କୁ ଅଧ୍ୟକ୍ଷ ଓ ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗଙ୍କୁ ଉପାଧ୍ୟକ୍ଷା ଭାବରେ ଦାୟିତ୍ଵ ନ୍ୟସ୍ତ କରାଗଲା। ମନ୍ଦିର ପରିଚାଳନା କମିଟିର ସଭାପତି ରୁଦ୍ରନାରାୟଣ ବେହେରା, ସମ୍ପାଦକ ସୁମନ୍ତ ବେହେରା, ଶୀତଳଷଷ୍ଠୀ ଓ ମହୋତ୍ସବ କମିଟିର ସଭାପତି ନୃପଲାଲ ପଲେଇ, ଶଶୀଭୂଷଣ ବଢେଇ, ଗଣେଶ ଗୁପ୍ତା, ବିରଞ୍ଚି ପଟେଲ, କରୁଣାକର କିସାନ, ଲକ୍ଷ୍ମଣ ବେହେରା, ରଞ୍ଜନ ମହାପାତ୍ର, ସୁରଥ ନାୟକ, କୋଷାଧ୍ୟକ୍ଷ ରତନ ଲାଲ ସିଂହ, ମିତ୍ର ରାଏ, ବିକାଶ ମହାକୁର, ନରେନ୍ଦ୍ର ପଲେଇ, ବାବଲୁ ପଲେଇ, ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ, ରଞ୍ଜିତ ପଟେଲ ତଥା ବହୁ ସଂଖ୍ୟକ ସ୍ଥାନୀୟ ଭକ୍ତ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସଂଯୋଜକ ମଳୟ ବେହେରା କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ