Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବା ବାଡ଼ରେ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ, ତାର ଲହେଇଥିବା ଅଭିଯୁକ୍ତ ଫେରାର

ଜମନକିରା : ଜମନକିରା ଥାନା କଟଙ୍ଗପାଣି ପଞ୍ଚାୟତ ଧଉରଖମନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣକ ପରିବା ବାଡ଼ରେ ବେଆଇନ ଭାବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସେହି ଗାଁର ଲମ୍ବୋଦର କିଶାନ ର ସ୍ତ୍ରୀ ପଦ୍ମା (୫୯) ଏବଂ ବାଡ଼ରେ ବେଆଇନ ଭାବେ ବିଦ୍ୟୁତ ଖୁଣ୍ଟ ରୁ ଚୋରି କରି ତାର ଲଗେଇଥିବା ଅଭିଯୁକ୍ତ ହେଲେ ସେହି ଗାଁର ଜଗବନ୍ଧୁ କିସାନ ( ୫୦)। ଏନେଇ ଜମନକିରା ଥାନା କେସ ନ.୭୪/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ପୋଲିସର ସୂଚନା ଅନୁଯାଇ, ପ୍ରାୟ ମାସେ ହେବ ଜଗବନ୍ଧୁ ନିଜ ପାରିବ ଚାଷ କରିଥିବା ବାଡ଼ରେ ବେଆଇନ ଭାବେ ଖୁଣ୍ଟରୁ ତାର ଟାଣି ବାଡ଼ ଚାରିକଡେ ୨ ଧାର ଲାଇନ ଲଗେଇ ପରିବା ଚାଷ କରିଥିଲା। ଆଜି ଅପରାହ୍ନ ପ୍ରାୟ ସାଢେ଼ ୧୨ ଟା ପାଖାପାଖି ଲମ୍ବୋଦର ର ସ୍ତ୍ରୀ ପଦ୍ମା ଶାଗ ଆଣିବା ପାଇଁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଗାଁ ଲୋକେ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା କୁ ପଠେଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ଫେରାର ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ