Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସଂଯୋଗ ପାଇଁ ବିଡ଼ିଓ ଙ୍କୁ ଦାବି।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ନୂଆ କଲୋନୀ ପଡା ବାସୀ ବିଦ୍ୟୁତ ସଂଯୋଗ ପାଇଁ ବିଡ଼ିଓ ଙ୍କୁ ଦାବି କରିଛନ୍ତି। ସୂଚନାଯୋଗ୍ୟ ରେଙ୍ଗାଲି ବ୍ଲକ ଖିଣ୍ଡା ପଂଚାୟତ ନୂଆ କଲୋନୀ ପଡା ରେ ଷୋହଳ ପରିବାର ରହନ୍ତି। ଏହି ପଡା ରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ। ବିଦ୍ୟୁତ ସଂଯୋଗ ନଥିବାରୁ ଏହି ପଡା ରେ ବସବାସ କରୁଥିବା ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଖରାରେ ବିଦ୍ୟୁତ ନଥିବା ରୁ ପଡା ବାସୀ କେତେ କଷ୍ଟ ପାଉଥିବେ ତାହା ଅନୁମାନ କରିବା କଷ୍ଟ। ବିଦ୍ୟୁତ ନଥିବାରୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଦିନ ଏହି ପଡା ବାସୀ ବିଦ୍ୟୁତ ସଂଯୋଗ କରିବା ପାଇଁ ରେଙ୍ଗାଲି ବିଡ଼ିଓ ଙ୍କୁ ଲିଖିତ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ