Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ ବଜାୟ ରଖିଲେ ରୋହିତ, ୬ ଜିଲ୍ଲା କୁ ମିଳିଲା ବିଜେଡି ର ନୁଆଁ ସଭାପତି

ସମ୍ବଲପୁର:ବିଜୁ ଜନତା ଦଳ ପାଇଁ ସମ୍ବଲପୁର ଜିଲ୍ଲା ସଭାପତି ଭାବେ ଇଂ. ରୋହିତ ପୂଜାରୀ ନିଜର ଆସନ ବଜାୟ ରଖିଛନ୍ତି। ୬ ଜିଲ୍ଲାକୁ ବିଜେଡିର ନୁଆଁ ସଭାପତି ଘୋଷଣାରେ ରୋହିତଙ୍କ ନାଁ ରହିଛି।
ସୋମବାର ୬ ସାଂଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି। କେନ୍ଦୁଝର ପାଇଁ ଦଳ ଆଶିଷ ଚକ୍ରବର୍ତ୍ତୀଙ୍କ ନାଁ ଘୋଷଣା କରିଥିବା ବେଳେ ଖୋର୍ଦ୍ଧା ଜିଲାର ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୂରଭଞ୍ଜ-୨ ପାଇଁ ଦେବାଶିଷ ମାରାଣ୍ଡିଙ୍କ ନାଁ ଘୋଷଣା କରିଛି।
ପୂର୍ବରୁ ବିଜେଡି ପୁରୀ ଜିଲା ପାଇଁ ସଭାପତି ଭାବେ ଉମା ସାମନ୍ତରାୟ , ବରଗଡ଼ ଜିଲା ପାଇଁ ସୁଶାନ୍ତ ମହାପାତ୍ର, ଭଦ୍ରକ ଜିଲା ପାଇଁ ଜଗନ୍ନାଥ ସ୍ବାଇଁ, ବୌଦ୍ଧ ଜିଲା ପାଇଁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ଦେବଗଡ଼ର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା ଆଉ ମାଲକାନଗିରିରେ ମାନସ ମାଡକାମୀ ବିଜେଡି ସଭାପତି ଭାବେ ମନୋନୀତ ହୋଇଛନ୍ତି । ଏନେଇ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ମଧ୍ୟାହ୍ନରେ ସୂଚନା ଦେଇଛନ୍ତି।