ଚମ୍ପାମାଳ ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣ ରେ ବାଛୁରୀ ମୃତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚମ୍ପାମାଲ ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣ ରେ ଚାରି ମାସର ବାଛୁରୀ ମୃତ ହୋଇ ଥିବାର ଖବର ମିଳିଛି l ବାଛୁରୀ ଟି ଗୁହାଳରେ ଶୋଇଥିବା ବେଳେ ଅଜଣା ଜନ୍ତୁ ବାଛୁରୀ କୁ ମୁଣ୍ଡ ର କାନ କୁ ଛିଣ୍ଡାଇ ଆଗ ପାଖ ଗୋଡ କୁ କାମୁଡି ଛିଣ୍ଡାଇ ଦେଇଥିବାର ଦେଖିବାକୁ ମିଳିଥିଲା l ସକାଳୁ ଦେଖିଲା ବେଳକୁ ଗୁହାଳ ଭିତରେ ବାଛୁରୀ ଟି ରକ୍ତ ଜୁଡୁବୁଡୁ ଅବସ୍ଥା ରେ ମରି ପଡିଥିଲା l ଘଟଣା ସମ୍ପର୍କ ରେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଲୟ ଡାକ୍ତର ଙ୍କୁ ସୂଚନା ଦେବାସହ ଜାଲୋଇ ବିଭାଗ ଅଧିକାରୀ ଙ୍କୁ ବାଛୁରୀ ର ମାଲିକ କିଶୋର ହୋତା ଖବର ଦେଇଥିଲେ l