Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଳିଆ ଆବର୍ଜନା କାରଣ ରୁ ସୌନ୍ଦର୍ଯ୍ୟ ହରାଉଛି  ମାତୃ ଚିକିତ୍ସାଳୟ…..

ଲକ୍ଷ୍ମୀପୁର ୦୭/୦୫ ଲକ୍ଷ୍ମୀପୁର ଡାକ୍ତରଖାନା ପରିସରରେ ଥିବା ମାତୃ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇ ତିନି ବର୍ଷ ବିତିବାକୁ ବସିଥିବା ବେଳେ ଏବେ ତାହା ନିଜର ସୌନ୍ଦର୍ଯ୍ୟ  ହରାଇ ଇବାକୁ ବସିଛି।ସ୍ୱାସ୍ଥ୍ୟ କେନ୍ଦ୍ରର ଭିତରେ  ଓ ବାହାର କୁ ଦେଖି ଦେଲେ ସବୁ କିଛି ଜ୍ୱଳ ଜ୍ୱଳ ହୋଇ ଦେଖାଯାଉଛି। ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଲିଫ୍ଟ କାମ ଦେଉ ନଥିବା ବେଳେ ବାହାରକୁ ବାହାରିବା ରାସ୍ତାର ଗେଟ ଭାଙ୍ଗି ପଡିଛି।ଏଥି ସହ ସ୍ୱାସ୍ଥ୍ୟ କେନ୍ଦ୍ର ସମୁଖ ରାସ୍ତା କଡରେ ବିଭିନ୍ନ ରକମର ଅଳିଆ ଆବର୍ଜନା ସାଙ୍ଗକୁ ଗୋଡି,ବାଲି ପଡି ରହି ଅସୁନ୍ଦର ଦେଖା ଦେଉଛି, କେବଳ ସେତିକି ନୁହଁ ଚିକିତ୍ସାଳୟ  ସମ୍ମୁଖରେ ଥିବା ଡ୍ରେନ ରେ  ଘର ଭଙ୍ଗା ଯାଇଥିବା ମାଟି ଗୋଡି ଇଟା ଗୁଡିକ କୁ ପକାଇ ଦିଆଯାଇଥିବା କାରଣ ରୁ ଡ୍ରେନ ବି ପୋତିହେବାକୁ ବସିଲାଣି।
ଖାଲି ସେତିକି ନୁହଁ ଡାକ୍ତର ଖାନା ପରିବେଶ ଯେପରି ରହିଛି ତାକୁ ଦେଖିଲେ ଜଣା ପଡୁଛି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବା ପରିବର୍ତ୍ତେ ଅବନତି ହେବ ତାହା ଜଣା ପଡୁନି।ଏପରିକି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ତିରିଶି ମିଟର ଦୂରରେ ପୋଲିସ ଥାନା ରହିବି କିଛି ଫରକ ପଡୁନି।ରାସ୍ତାର ଦୁଇ କଡରେ ବଡ଼ ବଡ଼ ଯାନବାହାନ ଛିଡା ହେଇ ରହୁଥିବା ସହ କିଛି ଲୋକ ଘର ତିଆରି ପାଇଁ ବାଲି ଗୋଡି ଗଦା କରି ରଖୁଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସାଧାରଣରେ ଅଭିଯୋଗ ହୋଇଛି।ଲକ୍ଷ୍ମୀପୁର ବ୍ଲକରେ ମହିଳା ଓ ଶିଶୁ ମାନଙ୍କ ଉନ୍ନତ ଧରଣର ଚିକିତ୍ସା ନିମନ୍ତେ ଖଣିନିଗମ ପାଣ୍ଠିରୁ ୪ କୋଟି   ଟଙ୍କା ଖର୍ଚ୍ଚ ରେ ତିନି ବର୍ଷ ପୂର୍ବରୁ ଏକ ତିନି ମହଲା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ କରାଯାଇଥିଲା।ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତ୍ୟାଧୁନିକରଣ ସ୍ୱାସ୍ଥ୍ୟ ସରଞ୍ଜାମ ର ବ୍ୟବସ୍ଥା ମଧ୍ୟ କରାଗଲା।ଫଳରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଥିବା ଚାରୋଟି ବ୍ଲକ ର ଅନେକ ଗର୍ଭବତି ମହିଳା ଓ ଶିଶୁ ମାନଙ୍କ ପାଇଁ ତାଙ୍କ ପରିବାର ବର୍ଗ ଅଯଥା ଖର୍ଚରେ ପଡି ବାହାରକୁ ନଯାଇ ଏଠାରେ ହିଁ ଉଚ୍ଚିତ ସ୍ୱାସ୍ଥ୍ୟ ସେବା ନିକଟରେ ପାଇ ପାରିଲେ।।ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଏବେ ଚାରୋଟି ବ୍ଲକର ହଜାର ହଜାର ଲୋକେ ଭରଷା କରୁଛନ୍ତି।ମେଡିକାଲ କତୃପକ୍ଷ ସବୁ ଦେଖି ନଦେଖିବା  ଭଳି ରହୁଥିବା ବେଳେ ଗତ ବର୍ଷ ପ୍ରାୟ ଦେଢ଼ କୋଟି ଟଙ୍କାରେ ମରାମତି କାମ ହୋଇଥିବା ବେଳେ ଡାକ୍ତର ଖାନା ର ଅନେକ ସ୍ଥାନ ରେ ପାଣି ଗଳୁଥିବା ବେଳେ ମୁଖ୍ୟ ଦ୍ୱାର ରେ ରହିଥିବା ନାମ ଫଳକ ରେ ବିଜୁଳି ବୋର୍ଡ଼ ର ଅଧା କାମ କରୁନାହିଁ। ବିଭାଗୀୟ ଅଧିକାରୀ ଠିକାଦାର ଙ୍କୁ କହି ତୁରନ୍ତ ମରାମତି କରିବା ସକାଶେ ଦାବୀ ହୋଇଛି….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ