Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ୍ ତଳେ ଚାପି ହୋଇ ବାଇକ୍ ଚାଳକ ମୃତ

ଜମନକିରା : ଜମନକିରା ଥାନା ସଦର ମହକୁମା ସ୍ଥିତ ରାଜରାସ୍ତା ୫୩ ବାଇପାସ୍ ରାସ୍ତା ଖଇରଡ଼ିହି କୁ ଯିବା ସ୍ଥାନରେ ଆଜି ରାତ୍ର ସାଢେ଼ ୮ ଟା ସମୟରେ ଏକ ଟ୍ରକ ତଳେ ଚାପି ହୋଇ ବାଇକ୍ ଚାଳକ ତିଲେଇମାଲ ଗାଁର ସିପ୍ରୀୟାନ କୁଲୁ ( ୪୦) ମୃତ୍ୟୁ ବରଣ କରିଛନ୍ତି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ଉଦ୍ଧାର ପରେ କୁଚିଣ୍ଡା ଡାକ୍ତରଖାନା ରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାଇ, ଆଜି ମୃତ ସିପ୍ରୀୟନ୍ ନିଜ ବାଇକରେ ଜମନକିରା ସାପ୍ତାହିକ ବଜାର କୁ ନିଜ କାମରେ ସ୍ତ୍ରୀ ଓ ୩ ବର୍ଷ ଝିଅ ସହ ଆସୁଥିଲେ। କାମ ସାରି ରାତ୍ର ଠିକ୍ ସାଢେ଼ ୮ ଟା ସମୟରେ ବାଇପାସ୍ ରାସ୍ତା ପୂର୍ବରୁ ସ୍ତ୍ରୀ ଓ ଝିଅ କୁ ଓହ୍ଲାଇ ଦେଇଥିଲେ। କହିଥିଲେ ତୁମେ ଚାଲି ଚାଲି ବାଇପାସ୍ ରାସ୍ତା ପାରି ହେଉଥାଅ। ମୁଁ ବାଇକ୍ ନେଇକି ରାସ୍ତା ପ୍ରଥମେ ପାରି ହେଇ ଯାଉଛି କହି ବାଇକ୍ ନେଇ ଆଗକୁ ବଢିଥିଲେ। ଠିକ୍ ଏହି ସମୟରେ କେନ୍ଦୁଝର ରୁ ଲୁହା ପଥର ନେଇ ଆସୁଥିବା ଟ୍ରକ୍ ( ଓଡ଼ି ୦୯ ୟୁ ୫୯୭୨) ସାମ୍ନାରେ ରେ ପଡ଼ିଯାଇଥିଲେ। ଟ୍ରକ୍ ଦୃତ ଗତିରେ ଆସୁଥିବା ବେଳେ ଚକ୍ ତଳେ ଚାପି ହୋଇ ଅନ୍ତବୁଜୁଲା ବାହାରି ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ପୋଲିସ ପହଞ୍ଚି ଶବ ଉଦ୍ଧାର କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ