Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ସ୍ବେଛାକୃତ ରକ୍ତଦାନ ଶିବିର…୩୨ ୟୁନିଟ ରକ୍ତ ସଂଗ୍ରହ,,,ପରିବେଶ ସୁରକ୍ଷା ସକାଶେ ରକ୍ତଦାତା ଙ୍କୁ ଗଛ ଉପହାର.

ଲକ୍ଷ୍ମୀପୁର ୧୦/୦୫..କୋରାପୁଟ ଜିଲ୍ଲା  ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ନୁଆଁ ବସ ଷ୍ଟାଣ୍ଡ ରେ ଥିବା ଦୁର୍ଗାପୂଜା ମଣ୍ଡପ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଆମ କୋରାପୁଟ ଚ୍ୟାରୀଟ୍ରେବୁଲ ଟ୍ରଷ୍ଟ , ଓଡିଶା ରକ୍ତଦାନ ମହାସଂଘ, ସମ୍ବାଦ ଓ ଆମ ଓଡିଶା ର ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି ସ୍ବେଛାକୃତ ରକ୍ତଦାନ ଶିବିର କୁ ସ୍ଥାନୀୟ ଆଇଆଇସି ସୁଜ୍ଞାନୀ ସାହୁ ରିବନ କାଟି ଶୁଭାରମ୍ଭ କରିଥିଲେ।ଏହି ଶିବିର ରେ ସମୁଦାୟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସ୍ଥାନୀୟ ଯୁବକ, କର୍ମଚାରୀ, ଡାକ୍ତର ଙ୍କ ସମେତ ଓଏମସି କର୍ମଚାରୀ ଉପସ୍ଥିତ ହୋଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ।
କୋରାପୁଟ ର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ମଧୁସୂଦନ ବଳିୟାର ସିଂ  ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।
ପ୍ରତ୍ୟକ ରକ୍ତ ଦାତା ଙ୍କୁ ଉତ୍ସାହ କରିବା ସକାଶେ ଓ ସବୁଜ ପରିବେଶ ସୃଷ୍ଠୀ କରିବା ଉଦେଶ୍ୟ ରେ ରକ୍ତଦାତା ମାନଙ୍କୁ ଗୋଟିଏ ଗୋଟିଏ ଗଛ ପ୍ରଦାନ କରାଯାଇଥିଲା।ଆମ କୋରାପୁଟ ଚ୍ୟାରୀଟ୍ରେବୁଲ ଟ୍ରଷ୍ଟର ସଭାପତି ନରେନ୍ଦ୍ର ଗରଡ଼ା ଓ ଲକ୍ଷ୍ମୀପୁର ସମ୍ବାଦ ପ୍ରତିନିଧି ପରମେଶ୍ୱର ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କରିବା ସହ ଶିବିର କୁ ପରିଚାଳନା କରିଥିଲେ।
କୋରାପୁଟ ରକ୍ତ ଭଣ୍ଡାର ର ଟେକନିସିଆନ ଦେବବ୍ରତ ଦାଶ,କୈବଲ୍ୟ ଦାଶ, ଅଜିତ କୁମାର ଗୌଡ଼, ରବୀନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।  ସ୍ବେଛାସେବୀ ନରେନ୍ଦ୍ର ଙ୍କ ପତ୍ନୀ ମିଲି ହାଲବା, ଯୁବରାଜ ସାହୁ, ହର୍ଷିତା ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିବା ସହ ଅନୁସଙ୍ଗିକ ବ୍ୟବସ୍ଥା କରିଥିଲେ।
ଲକ୍ଷ୍ମୀପୁର ରୁ ପରମେଶ୍ୱର ସାହୁ ଙ୍କ ରିପୋର୍ଟ…