Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରେ ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣୀ

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ମଙ୍ଗଳବାର ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇ ଯାଇଛି। ଉପ – ଜିଲ୍ଲାପାଳ ଗୌରବମୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣୀରେ ମୋଟ ୬୧ ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ୪୬ ଟି ଥିବା ବେଳେ ଗୋଷ୍ଠିଗତ ୧୫ଟି ଅଭିଯୋଗ ଥିଲା। ଅଭିଯୋଗ ମଧ୍ୟରୁ ମୁଖ୍ୟତଃ ପିଇବା ପାଣି ସମସ୍ୟା, ଉଠାଜଳ ସେଚନ ଏବଂ ବସୁନ୍ଧରା ଯୋଜନା ରେ ୪ ଡିସିମିଲ ଜାଗା ପ୍ରଦାନ ନେଇ ଗୁରୁତ୍ୱାରୋପ କରାଯାଇଥିଲା। ତେବେ ଜିଲ୍ଲାପାଳ ଏବଂ ଏସପି ଆସି ନଥିବାରୁ କିଛି ଅଭିଯୋଗକାରୀ ନିରୁତ୍ସାହ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଗ୍ରାମ ଉନ୍ନୟନ ସଂସ୍ଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର, କୁଚିଣ୍ଡା ଆଇଟିଡିଏ ପି.ଏ. ହେମାସାଗର ଭୋଇ, ଅତିରିକ୍ତ ଏସପି ପ୍ରକାଶ ଜେମ୍ସ ଟପୋ, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରଭିନା ବିଳୁଙ୍ଗ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ, ଉପାଧ୍ୟକ୍ଷ ରୋହିତ ଭୋଇ ଙ୍କ ସମେତ ଜିଲ୍ଲା, ଉପଖଣ୍ଡ, ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶୁଣାଣି ପରିସର ବାହାରେ ବିଭିନ୍ନ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ର ମା” ମାନେ ନିଜ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ