Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖର୍ସନମାଲ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପରିଚାଳନାରେ ଅଚଳାବସ୍ଥା; ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କଲେ ମହିଳା ଗୋଷ୍ଠୀ

ଜମନକିରା : ଜମନକିରା ବ୍ଲକ ଖର୍ସନମାଲ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପରିଚାଳନାରେ ଏକ ବର୍ଷ ହେବ ଅଚଳାବସ୍ଥା ଜାରି ରହିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ। ଯଦ୍ୱାରା ସମ୍ପୂର୍ଣ୍ଣ ପଞ୍ଚାୟତରେ ୧ ବର୍ଷ ହେବ ଅଚଲା ଅବସ୍ଥା ଜାରି ରହିଛି। ତେବେ ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଜି ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ। ଦାବିପତ୍ର କୁ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ସେହିପରି ବିଭାଗୀୟ ଅଧିକାରୀ ଓଏଲ୍ଏମ , ବିପିଏମ୍ ଦାୟିତ୍ୱରେ ଥିବା ସରୋଜ କୁମାର ମିଶ୍ର ଏବଂ ମିଶନ ଶକ୍ତିର ଚୂଡ଼ାମଣି ପଧାନଙ୍କୁ ପ୍ରଦାନ କରିଥିବା ବେଳେ ସମସ୍ତ ଅଧିକାରୀ ଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଆଜି ଏହି ପରିପ୍ରେକ୍ଷୀରେ ଜିପିଏଲଏଫ ର ସମ୍ପାଦିକା ଅନୁବତି ନାଏକଙ୍କ ନେତୃତ୍ୱରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବ୍ଲକ ଛକରେ ଏକତ୍ରିତ ହୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ।
ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ଦାବି ଅନୁଯାଇ, ଗତ ବର୍ଷ ଏପ୍ରିଲ ୨୨ ତାରିଖରେ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠି ଓ କୁମକାପାଲି ତାରିଣୀ ଏସଏଚଜି ସଦସ୍ୟା ଜମନକିରା ତତ୍କାଳୀନ ବିଡ଼ିଓ ଏବଂ ଥାନା ଆଇଆଇସି ଙ୍କୁ ୩ ଲକ୍ଷ ଟଙ୍କା ଜାଲି ଦସ୍ତଖତ କରି ସଂପୃକ୍ତ ଏମବିକେ ସନ୍ତୋଷୀ ଏସଏଚଜି ନାମରେ ଋଣ ଉଠାଇ ଟଙ୍କା ହଡ଼ପ କରିଥିବା ଏବଂ ଜିପିଏଲେଏଫ ରୁ ଜାଲିଆତି କରି ୧ ଲକ୍ଷ ୫୦ ହଜାର ଟଙ୍କା ଉଠାଣ କରି ଟଙ୍କା ପରିଶୋଧ କରିନଥିବା ଅଭିଯୋଗ କରିଥିଲେ। ଅନୁରୂପ ଭାବେ ତାରିଣୀ ଏସଏଚଜି ର ମହିଳା ମାଛ ଚାଷ କରି ୧ ଲକ୍ଷ ୨୭ ହଜାର ଟଙ୍କା ସବସିଡି ପାଇଥିଲେ। ସେଇଠୁ ମଧ୍ୟ ସଂପୃକ୍ତ ଏମବିଜେ ସବସିଡି ବାବଦରେ କାଗଜପତ୍ର କରିବା ମିଛ ବାହାନା କରି ୫୦ ହଜାର ଟଙ୍କା ହଡପ କରିଥିବା ନେଇ ମହିଳା ମାନେ ଥାନା ଏବଂ ବିଭାଗୀୟ ଅଧିକାରୀଙ୍କ ଥରେ ଅଭିଯୋଗ କରିଥିଲେ। କିନ୍ତୁ କ୍ଷୋଭର ବିଷୟ ଏହି ଘଟଣା କୁ ୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ପୋଲିସ କିମ୍ବା ବ୍ଲକ ପ୍ରଶାସନ କିଛି ବି ପ୍ରତିକାର କଲା ନାହିଁ। ସେହିପରି ଜିପିଏଲଫ ର ସଭାନେତ୍ରୀ ମଧ୍ୟ ମାସ ମାସ ଧରି ମହାସଂଘ ର କାର୍ଯ୍ୟ କୁ ଠିକରେ ପରିଚାଳନା କରୁନଥିବା ଯୋଗୁଁ ଅନେକ ସମସ୍ୟା ଦେଖାଯାଇଛି। ଏହା ମଧ୍ୟ ପ୍ରଶାସନ ପକ୍ଷରୁ ସମାଧାନ କରାଯାଉନାହିଁ। ଯଦ୍ୱାରା ଗୋଷ୍ଠୀ ଗୁଡିକର କାମ ଠିକରେ ଚାଲି ପାରୁନାହିଁ। ଏହି ସମସ୍ୟା ଯୋଗୁଁ ଗତ ୧୧ ତାରିଖ ରବିବାର ଦିନ ମହିଳା ମାନେ ତାଙ୍କ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଜରୁକାଲିନ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସଭାରେ କେତେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନେ ଏମବିକେ ସହ ବିଭାଗୀୟ ଅଧିକାରୀଙ୍କ ସହ ହାତ ମିଳାଇ ଯୋଜନାର ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ କରିଥିଲେ। ଏଥିସହ ବ୍ଲକ ସ୍ତରରେ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ଏବଂ ଅଧିକାରୀ ଓ ଏଥିରେ ସଂଶ୍ଲିଷ୍ଟ ଥିବା ସମସ୍ତ ଏମବିକେ ମାନଙ୍କ ମଧ୍ୟ ପର୍ଦ୍ଦାଫାଶ ହେବ ବୋଲି ଦାବି କରିଥିଲେ। ଆଜି ଦାବିପତ୍ର ପ୍ରଦାନ ବେଳେ ସମ୍ପାଦିକା ଙ୍କ ସମେତ ସଞ୍ଜିତା ଧୁରୁଆ, ସୁରତି ଭୋଇ, ଅବନ୍ତି ବାର୍ଲା, ଉଲାସିନି ପଧାନ, ତିଳୋତ୍ତମା ମିର୍ଦ୍ଧା, ଉକିଅ ଭିତିରିଆ, ସଂଯୁକ୍ତା ଦେହୁରୀଙ୍କ ସମେତ ବହୁ ମହିଳା, ସିଆରପି ଓ ଇସି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ