Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆନ୍ତର୍ଜାତିୟ ମାନବ ସମ୍ବଳ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ଦେଶର ବିକାଶରେ ମାନବ ସମ୍ବଳର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଦକ୍ଷ ମାନବ ସମ୍ବଳ ପାଇଁ ଉପଯୁକ୍ତ ଶିକ୍ଷା ଅପରିହାର୍ଯ୍ୟ । ଶିକ୍ଷାର ବିକାଶରେ ମାନବ ସମ୍ବଳ ବିକଶିତ ହୋଇଥାଏ ବୋଲି ଆଜି ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ଆୟୋଜିତ ମାନବ ସମ୍ବଳ ଦିବସ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସଂଗଠନର ସଭାପତି ଡ.ପ୍ରଫୁଲ୍ଲ କୂମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସଭାରେ ବୀରମହାରାଜପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମେହେର ମୁଖ୍ୟ ଅତିଥି , ଶିକ୍ଷାବିତ ସୂର୍ଯ୍ୟ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା , ପୂର୍ବତନ ସଭାପତି ଭଗବାନ ମିଶ୍ର ସମ୍ମାନିତ ଅତିଥି ଏବଂ ଶିକ୍ଷାବିତ ଗୋପୀନାଥ ମହାକୁର ସମ୍ମାନିତ ବକ୍ତା ଭାବରେ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ ସ୍ବାଗତ କରିବା ସହିତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡ.ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ବାସୂଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସୁରୁ ସାହୁ , ବଳରାମ କାଣ୍ଡ , ସୁରେନ୍ଦ୍ର ହୋତା , ଦିଲ୍ଲିପ ମିଶ୍ର , ତ୍ରିନାଥ ମିଶ୍ର , ଅଭିମନ୍ୟୁ ରଥ , ଧୀରେନ୍ଦ୍ର ବାଘ ପ୍ରମୁଖ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ