Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା ଗ୍ରାମ ରେ ଡକାୟତି ଉଦ୍ୟମ ପଣ୍ଡ,ଗୃହକର୍ତ୍ତା ଉଠି ପଡିବାରୁ ଛୁ ଚମ୍ପଟ ମାରିଲେ ଡକାୟତ,ପୁଲିସ ର ତଦନ୍ତ ଜାରି।

କଳାହାଣ୍ଡି:୨୨/୦୫
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ଗ୍ରାମ ର ଈଶ୍ୱର ଚନ୍ଦ୍ର ସାହୁ ସାହୁ ଙ୍କ ଘରେ ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି। ତେବେ ଗୃହକର୍ତ୍ତା ଉଠି ପଡିବାରୁ ଡକାୟତ ମାନେ ଛୁ ଚମ୍ପଟ ମାରିଥିବା ଜଣାପଡିଛି । ସୂଚନା ମତେ ଟେମରା ଗ୍ରାମ ର ଈଶ୍ୱର ଚନ୍ଦ୍ର ସାହୁ ଓ ତାଙ୍କ ସାନ ପୁଅ ସୁଶାନ୍ତ କୁମାର ସାହୁ ଙ୍କ ପରିବାର ଦୁଇ ତାଲା କୋଠା ରେ ରହୁଛନ୍ତି। ତେବେ ଗତ ବିଳମ୍ବିତ ରାତିରେ ସାହୁ ଙ୍କ ଘର ପଛ ପଟକୁ ଥିବା ପାଚେରୀ କୁ ଡକାୟତ ମାନେ ସିନ୍ଧି କରି କୋଠା ରେ ଲାଗିଥିବା ପ୍ରାୟ ୬ ଟି ସିସିଟିଭି କ୍ୟାମେରା କୁ ଭାଙ୍ଗି ଡକାୟତି ପାଇଁ ଯୋଜନା ଆରମ୍ଭ କରିବା ପୂର୍ବରୁ ଗୃହକର୍ତ୍ତା ଉଠି ପଡିବା ଜାଣି ଡକାୟତି ଦଳ ଘଟଣାସ୍ଥଳ ରୁ ଫେରାର ହୋଇ ଯାଇଥିଲେ। ଏନେଇ ଘଟଣା ସମ୍ପର୍କରେ କୋକସରା ପୁଲିସ କୁ ଶ୍ରୀ ସାହୁ ଙ୍କ ବଡ ପୁଅ ପ୍ରଶାନ୍ତ କୁମାର ସାହୁ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଗୁରୁବାର ସକାଳେ କୋକସରା ପୁଲିସ ଏଏସଆଇ ସନ୍ତୋଷ ନାୟକ ସହିତ ପୁଲିସ ଟିମ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଭଙ୍ଗାରୁଜା ହୋଇଥିବା ସିସିଟିଭି କ୍ୟାମେରା ଜବତ କରିଥିବା ସୂଚନା ମିଳିଛି। ତେବେ ଘର ମାଲିକ ପ୍ରଶାନ୍ତ କୁମାର ସାହୁ ପୁଲିସ ନିକଟରେ ସନ୍ଧାନି କୁକୁର ନେଇ ତଦନ୍ତ କରିବାକୁ ଲିଖିତ ଅଭିଯୋଗ ପରେ ସନ୍ଧ୍ୟାରେ ପୁଲିସ ପକ୍ଷରୁ ସନ୍ଧାନି କୁକୁର ସାହାଯ୍ୟ ରେ ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଛି।ଏନେଇ କୋକସରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି।ତେବେ କୋକସରା ଥାନାଞ୍ଚଳ ରେ କିଛି ମାସ ର ବ୍ୟବଧାନ ପରେ ପୁଣି ଡକାୟତ ଦଳ ସକ୍ରିୟ ରହିଥିବା ଏହି ଘଟଣା କୁ ଉଜାଗର କରୁଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ପେଟ୍ରୋଲିଂ କରିବାକୁ ଟେମରା ଅଞ୍ଚଳ ର ଜନ ସାଧାରଣ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ