Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ନିର୍ମିତ କୋକସରା ବ୍ଲକ ଯାଦବ ଭବନ ଲୋକାର୍ପିତ ଉତ୍ସଵ ଅନୁଷ୍ଠିତ,ସମାଜ ରେ ସଙ୍ଗଠିତ ହେବାକୁ ଆହ୍ୱାନ।

କଳାହାଣ୍ଡି:୨୨/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଯାଦବ ସାମାଜିକ ଭବନ ର ନବ ନିର୍ମିତ ନୂତନ ଭବନ ର ଲୋକାର୍ପଣ ଉତ୍ସଵ କୋକସରା ପଞ୍ଚାୟତ ଚିଲିଗୁଡା ଗ୍ରାମ ନିକଟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସଵ ରେ କୋକସରା ବ୍ଲକ ଯାଦବ ସମାଜ ର ବ୍ଲକ ସଭାପତି ବିନୋଦ ବିହାରୀ ରାଉତ ଙ୍କ ସଭାପତିତ୍ୱ ରେ ପ୍ରଥମେ ଯାଦବ ସମାଜ ପକ୍ଷରୁ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା ପରେ ଉପସ୍ଥିତ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ନବ ନିର୍ମିତ ଯାଦବ ଭବନ କୁ ସମାଜ ପାଇଁ ଲୋକାର୍ପିତ କରିଥିଲେ। ଯାଦବ ଭବନ ଲୋକାର୍ପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ସରକାର ଙ୍କ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଧର୍ମଗଡ଼ ମୌଷଧି ବାଗ,ସମ୍ମାନିତ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ବୁଦ୍ଧିଜୀବୀ ସଦସ୍ୟ ତଥା ଅଧ୍ୟାପକ ଦ୍ଵାରିକା ନାଥ ବାଗ, ଜିଲ୍ଲା ଯାଦବ ସମାଜ ର ସଭାପତି ନୃପରାଜ ଯାଦବ, ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳ, ଯୁବ ଯାଦବ ସଭାପତି ଗୋବିନ୍ଦ ବନଛୋର,ଅଧ୍ୟକ୍ଷ ସମାଜବାଦୀ ପାର୍ଟି ଓଡିଶା ଶିବ ହାତୀ, ଯାଦବ ସମାଜ ର ଜିଲ୍ଲା ସଭାନେତ୍ରୀ ରଶ୍ମିରେଖା ରାଉତ, ଉତ୍କଳ ଯାଦବ ମହାସଭା ମହିଳା ସଭାନେତ୍ରୀ ତଥା ପୂର୍ବତନ ପୋୖରାଧକ୍ଷ୍ୟା ଭବାନୀପାଟଣା ସଂଯୁକ୍ତା ବେହେରା, ଓବିସି ମୋର୍ଚ୍ଚା ନେତା ଡାକେଶ୍ୱର ଲହଜଳ,ସମାଜସେବି ମାଧବ ଲହଜଳ, ତ୍ରିନାଥ ବାଗ,ଶଙ୍କର ଜୁଏଡ଼,ଅନିରୁଦ୍ଧ ଲହଜଳ, ପାନାଲାଲ ବେମାଲ, ଲିଙ୍ଗରାଜ ଗହୀର ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଯାଦବ ସମାଜ ର ନବ ନିର୍ମିତ ଭବନ ରେ ସ୍ବେଚ୍ଛାକୃତ ଭାବେ ଯାଦବ ଭବନ ନିର୍ମାଣ ପାଇଁ ଜମି ଦାନ କରିଥିବା ପାର୍ଥ ଗୋପାଳ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଭବନ ନିର୍ମାଣ ରେ ପ୍ରଚେଷ୍ଟା କରିଥିବା ବ୍ଲକ ସଭାପତି ଶ୍ରୀ ରାଉତ ସମେତ ଯାଦବ ଭବନ ନିର୍ମାଣ ରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଯାଦବ ସମାଜ ହେଉଛି ଏକ ଏମିତି ପରିବାର ଯେଉଁ ପରିବାର ରେ ସ୍ନେହ, ଶ୍ରଦ୍ଧା, ଭାଇଚାରା ରହିଛି, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ହେଉ ଅବା ଅନ୍ୟ ଜିଲ୍ଲା ହେଉ ଯାଦବ ସମ୍ପ୍ରଦାୟ ଏକ ବଡ଼ ସମୂହ, ଏଣୁ ଆମ ମଧ୍ୟରେ ସମ୍ପର୍କ ନିବିଡ଼ ରହିଲେ ଯେ କୌଣସି କାର୍ଯ୍ୟ ରେ ଯାଦବ ସମାଜ ରାଜ୍ୟରେ ପ୍ରମୁଖ ଭୂମିକା ନିଭାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଳି କଣ୍ଟାବାଞ୍ଜି ବିଧାୟକ ଶ୍ରୀ ବାଗ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ସମାଜ ରେ ନାରୀ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ପୂର୍ବତନ ବିଧାୟକ ଶ୍ରୀ ବାଗ କହିଥିଲେ।ମଞ୍ଚ ସଂଯୋଜନା ଯାଦବ ସମାଜ ର ବ୍ଲକ ସମ୍ପାଦକ ଅଲେଖ ଗୋପାଳ, ଲିଙ୍ଗରାଜ ବେହେରା,ଧନସିଂ ବାଗ ସହଯୋଗ କରିଥିବା ବେଳେ ଅଧ୍ୟାପକ ମାଧବ ଲହଜଳ ଧନ୍ୟବାଦ ଅର୍ପଣ କରିଥିଲେ। ଯାଦବ ଭବନ ପ୍ରତିଷ୍ଠା କମିଟି ର ସଭାପତି ବିଦ୍ୟାଧର ଗହୀର, ସମ୍ପାଦକ ଅର୍ଜୁନ ଭାଟି, କୋଷାଧ୍ୟକ୍ଷ ସୁଦର୍ଶନ ବେହେରା, ଅଭିମନ୍ୟୁ ଗୋପାଳ ସମେତ ଜିଲ୍ଲା ର ସମସ୍ତ ବ୍ଲକ ର ସଭାପତି, ଗ୍ରାମ୍ୟ ସଭାପତି, ଭାତ ଗ୍ରୁପ କମିଟି କୋକସରା ବ୍ଲକ ଅଞ୍ଚଳ ର ଯାଦବ ସମ୍ପ୍ରଦାୟର କର୍ମକର୍ତ୍ତା, ଜନ ସାଧାରଣ ଉପସ୍ଥିତ ଥିଲେ। ଯାଦବ ଭବନ ପ୍ରତିଷ୍ଠା ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ର ଆୟୋଜନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ