Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଟ୍ରା ହ୍ୟୁମାନ କେୟାର ଫାଉଣ୍ଡେସନ ଓ ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ।

କଳାହାଣ୍ଡି:୨୨/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସହର ଠାରେ ରେଟ୍ରା ହ୍ୟୁମାନ କେୟାର ଫାଉଣ୍ଡେସନ ସ୍ବେଚ୍ଛାସେବୀ ସଂସ୍ଥା ଓ ଲଡୁଗାଁ ମାରୱାଡି ଯୁବାମଞ୍ଚ, ଲଡୁଗାଁ ମାରୱାଡି ସମାଜ, ବଂଶଲ ମେଡ଼ିକାଲ ଷ୍ଟୋର ର ମିଳିତ ସହଯୋଗରେ ୩ ଦିନ ଧରି ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବା ବେଳେ ଏହି ସ୍ୱାସ୍ଥ୍ୟ ଶିବିର ରେ ଶତାଧିକ ରୋଗୀ ମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିର ରେ ରୋଗୀ ଙ୍କୁ ପଞ୍ଜିକରଣ ପାଇଁ ମାତ୍ର ୧୦୦ ଟଙ୍କା ଦେୟ ରେ ସମସ୍ତ ପ୍ରକାର ରୋଗ ର ଡାକ୍ତରି ପରୀକ୍ଷା ସହ ସମସ୍ତ ମେସିନ ପରୀକ୍ଷା ନିଶୁକ୍ଳ ରହିଥିଲା। ସ୍ୱାସ୍ଥ୍ୟ ଶିବିର କୁ ବିଭିନ୍ନ ରୋଗ ଓ ଜଟିଳ ରୋଗ ରେ ପୀଡିତ ରୋଗୀ ମାନେ ଆସି ଡାକ୍ତର ଙ୍କ ସହ ପରାମର୍ଶ ଓ ଚିକିତ୍ସା କରିଥିଲେ। ମାରୱାଡି ଯୁବାମଞ୍ଚ ପକ୍ଷରୁ ସଭାପତି ସାହିଲ କୁମାର ଅଗ୍ରୱାଲ,ଉପ ସଭାପତି ଆଲୋକ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଗୌରବ ଗର୍ଗ, ସହ ସମ୍ପାଦକ ଗୌରବ ଅଗ୍ରୱାଲ, ଶ୍ୟାମୁ ଶର୍ମା, ବିକାଶ ଅଗ୍ରୱାଲ, ଅମିତ ଅଗ୍ରୱାଲ ସମେତ ଲଡୁଗାଁ ମାରୱାଡି ସମାଜ ପକ୍ଷରୁ ରାଜୀବ ଅଗ୍ରୱାଲ,ମୁରାରୀ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ, ରୋନକ ଅଗ୍ରୱାଲ,ସଞ୍ଜୟ ସିଙ୍ଘଲ,ଶ୍ରୀକାନ୍ତ ଶର୍ମା ପ୍ରମୁଖ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ