Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଟପ୍ପର ଛାତ୍ରଛାତ୍ରୀ ଙ୍କୁ ନେଇ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

କଳାହାଣ୍ଡି:୨୨/୦୫
ସଦ୍ୟ ପ୍ରକାଶିତ ସିଏଚଏସଇ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି ଶ୍ୟାମ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ଶିକ୍ଷା ପ୍ରଭାରୀ ଡି ବିଜୟା ଓ ସମସ୍ତ ବିଭାଗର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଜେନେରାଲ ମ୍ୟାନେଜର ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶଯୋଗ୍ୟ ଯେ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଅନୁଷ୍ଠାନରୁ ବିଜ୍ଞାନରେ ସର୍ବମୋଟ ୨୪୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୨ ଜଣ ୯୦% ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ସଂଖ୍ୟାର ୨୩% ଛାତ୍ର ଛାତ୍ରୀ ୫୦୦ ରୁ ଊର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୫% ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ରାକେଶ ଜଗତ ସର୍ବାଧିକ ୯୩% ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ଉକ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ନଥିଲେ ତଥାପି ବିକାଶ ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଶିକ୍ଷା ଓ ଅଧ୍ୟବସାୟ ଯୋଗୁଁ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛନ୍ତି । ଅଧ୍ୟାକ୍ଷ ଯୁବରାଜ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଅନୁଷ୍ଠାନର ନିର୍ଦ୍ଦେଶକ ଡି ରାମ କୁମାର ଶୃଙ୍ଖଳାହିଁ ସଫଳତାର ଚାବିକାଠି ବୋଲି ଦର୍ଶାଇ ଥିବା ବେଳେ ନିର୍ଦ୍ଦେଶକ ଡି ଶ୍ୟାମ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ମାର୍ଗ ଦର୍ଶନ ସହ ତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିବା ସହ ଅନୁଷ୍ଠାନର ନିର୍ଦ୍ଦେଶକ, ଅଧ୍ୟକ୍ଷ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ