Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇବା ପାଣି ସମସ୍ୟାର ସମାଧାନ ସ୍ଵରୂପ ଟେଙ୍କର ଯୋଗେ ପାଣି ନେଇ ପହଁଞ୍ଚିଲେ ସରପଞ୍ଚ ଶ୍ରୀୟା କର୍ମୀ

ବୀରମହାରାଜପୁର : (ସୌମିତ୍ରି ମେହେର)
କଥା ଦେଇ କଥା ରଖିଲେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ l ପିଇବା ପାଣି ଟେଙ୍କର ନେଇ ପହଁଚିଲେ ଜଳକ୍ଲୀଷ୍ଟ ବୀରମହାରାଜପୁର ସ୍ଥିତ ଟାଙ୍ଗରସାହି ପଥର ଟାଙ୍ଗର ବସ୍ତି ଓ ଗୌଡ଼କେଲା ଗାଁ ରେ l ସୂଚନା ଯୋଗ୍ୟ ଯେ ପିଇବା ପାଣି ସମସ୍ୟା ନେଇ ପଥର ଟାଙ୍ଗର ବାସୀ ଓ ଗୌଡ଼କେଲା ବାସୀ ଆଗରୁ ତାଙ୍କ ଜଳକ୍ଲୀଷ୍ଟ ସମସ୍ୟା ନେଇ ପ୍ରସାଶନ କୁ ଜଣାଇଥିଲେ l ମାତ୍ର ଉଭୟ ଗ୍ରାମ ବାସୀ ଙ୍କ ପାଇପ ଜଳଯୋଗାଣ ଜରୁରୀ ଥିବା ଓ ବିଡ଼ିଓ ବୀରମହାରାଜପୁର ବ୍ଳକ ଙ୍କ ପରାମର୍ଶ କୂ ଦୃଷ୍ଟି ରଖି ଜଳକ୍ଲୀଷ୍ଟ ଗୋଷ୍ଠୀ ତଥା ଗ୍ରାମବାସୀ ଙ୍କ ସହ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ଦ୍ବିପାକ୍ଷିକ ଆଲୋଚନା ମୁତାବକ ସ୍ଥାୟୀ ପାଇପ ଜଲଯୋଗlଣ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଟେଙ୍କର ଯୋଗେ ପିଇବା ଜଳ ଯୋଗାଣ କରିବାକୁ ଦାବୀ ଓ ଆପତ୍ତି କରିଥିଲେ l ଗ୍ରାମବାସୀ ଙ୍କ ଦାବୀ ସମ୍ପର୍କିତ ବିଶେଷ ଆଲୋଚନା ଆସନ୍ତା କାଲି 24 ତାରିଖ ସକାଳ 9 ଟା ରେ ସରପଞ୍ଚ ଏକ ସ୍ୱତନ୍ତ୍ର ବୈଠକ ଡାକି ଥିବା ବେଳେ ଆଜି ସରପଞ୍ଚ ବୈଠକ ନିଷ୍ପତ୍ତି ଓ ପ୍ରତିଶ୍ରୁତି ଅନୁସାରେ ବିଧାୟକ ଇଂ ରଘୁନାଥ ଜଗଦଳା ଙ୍କ ବିଧାୟକ ଉନ୍ନୟନ ପାଣ୍ଠି ରୁ ପ୍ରାପ୍ତ ନୂତନ ଟେଙ୍କର ରେ ପିଇବା ପାଣି ନେଇ ପି ଇ ଓ ମିତାଞ୍ଜଳି ରଥ ଙ୍କ ସହ ପହଂଚି ଥିଲେ l ଗ୍ରାମବାସୀ ସରପଞ୍ଚ ପି ଇ ଓ ଓ ଅନ୍ୟ ପଂଚାୟତ ସରକାରୀ ଓ ବେସରକାରୀ ସଭ୍ୟ ଙ୍କୁ ସମ୍ବର୍ଦ୍ଧିତ କରି ଭବ୍ୟ ସ୍ୱାଗତ କରିଥିଲେ l ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା , ମଧୁ ସୁଦନ ଚାନ୍ଦ , ୱାର୍ଡ ମେମ୍ବର ସୁଶାନ୍ତ ଜଗ8ଦଳା , ମାରୁତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟମାନେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ