Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରୋ ଯିବେ କୋକସରା ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ପ୍ରୟାଗରାଜ ପଣ୍ଡା।

କଳାହାଣ୍ଡି,୨୩/୦୫
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯିବାକୁ ମନୋନୀତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ପ୍ରୟାଗରାଜ ପଣ୍ଡା ଗତ ନଭେମ୍ବର ୨୦୨୪ ରେ ଭୁବନେଶ୍ୱର ଠାରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ୨୦୨୪ ରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ ୩୦ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ରୁ ମନୋନୀତ ହୋଇଥିଲେ ପ୍ରୟାଗ ରାଜ ପଣ୍ଡା। ଇସ୍ରୋ ଯିବା ପାଇଁ ବାଙ୍ଗାଲୋର ରେ ଚଳିତ ମାସ ୨୪ ରୁ ୨୮ ପର୍ଯ୍ୟନ୍ତ ଶୈକ୍ଷିକ ପରିଭ୍ରମଣ ରେ ଯାତ୍ରା କରିଛନ୍ତି ପ୍ରୟାଗ ରାଜ ପଣ୍ଡା।
କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ର ଆଶିଷ କୁମାର ପଣ୍ଡା ଙ୍କ ପୁଅ ପ୍ରୟାଗରାଜ ପଣ୍ଡା ଗତ ନଭେମ୍ବର ମାସରେ ରାଜ୍ୟସ୍ତରୀୟ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପରୀକ୍ଷା ରେ ୬୦ ଜଣ ଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ପରବର୍ତ୍ତୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ରାଜ୍ୟର ୩୦ ଜଣ କୃତି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସ୍ଥାନ ଅଧିକାର କରି ଇସ୍ରୋ ଯିବାପାଇଁ ମନୋନୀତ ହୋଇଛନ୍ତି । ଇସ୍ରୋ ରେ ପ୍ରୟାଗ ରାଜ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯିବା ନେଇ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା
ନିଝୁମ ରାଣୀ ପଣ୍ଡିତ ସୂଚନା ଦେଇଛନ୍ତି।
ବିଦ୍ୟାଳୟ ର ଛାତ୍ର ଙ୍କ ସଫଳତା ପରେ ଅଧ୍ୟକ୍ଷା ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି। କୋକସରା ବ୍ଲକ ର ପ୍ରଥମ ଛାତ୍ର ଙ୍କ ଏହା ଇସ୍ରୋ ଗସ୍ତ ହେବ।ପ୍ରୟାଗ ରାଜ ପଣ୍ଡା ଙ୍କ ଏହି ସଫଳତା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ