Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗ ଶିବିରର ଉଦଘାଟନ: ସୁସ୍ଥ ଜୀବନ ପାଇଁ ଏକ ପଦକ୍ଷେପ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ କୁସୁମୀ ଠାରେ ଏକ ସାତ ଦିନିଆ ଯୋଗ ଶିବିରର ଉଦଘାତିତ ହୋଇଯାଇଛି। ଏହି ଶିବିରର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଯୋଗର ଗୁରୁତ୍ୱ ଏବଂ ଏହାର ବିଭିନ୍ନ ଦିଗ ସହିତ ପରିଚିତ କରାଇବା।
ଏହି ଅବସରରେ ଉପସ୍ଥିତ ଅତିଥିମାନେ ଯୋଗର ବିଭିନ୍ନ ଦିଗ ଉପରେ ସେମାନଙ୍କର ମତାମତ ବାଣ୍ଟିଥିଲେ। ଯୋଗ ଶିକ୍ଷକ ପ୍ରବୀଣ ପଟେଲ ଯୋଗର ନିୟମ ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯୋଗ କେବଳ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ,l ବରଂ ଏହା ମାନସିକ ଶାନ୍ତି ଏବଂ ସନ୍ତୁଳନ ମଧ୍ୟ ପ୍ରଦାନ କରେ। କାର୍ଯ୍ୟକ୍ରମରେ ସୂର୍ଯ୍ୟ ନମସ୍କାର, ବଜ୍ରାସନ ଏବଂ ଅନ୍ୟାନ୍ୟ ଆସନର ଲାଭ ବିଷୟରେ ମଧ୍ୟ ବୁଝାଯାଇଥିଲା। ଏହି ଆସନଗୁଡ଼ିକ ନିୟମିତ ଭାବରେ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ।
କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଯୋଗ ଶିକ୍ଷକ ପ୍ରବୀଣ ପଟେଲ, ପୂର୍ବତନ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ, ସଂସ୍କୃତ ଶିକ୍ଷକ ତରୁଣ ପୃଷେଠ, ପୂର୍ବତନ ବ୍ୟାଙ୍କ ଅଧିକାରୀ ଆଦିତ୍ୟ ପଟେଲ, ଜ୍ୟୋତି ପଟେଲ ଏବଂ ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଯୋଗ ଶିବିରରେ ୬୦ ଜଣ ଝିଅ ଅଂଶଗ୍ରହଣ କରୁଥିଲେ। ଯେଉଁମାନେ ବୈଷ୍ଣବୀ ପଟେଲଙ୍କ ମାର୍ଗଦର୍ଶନରେ ଯୋଗ ଅଭ୍ୟାସ କରିବେ। ବୈଷ୍ଣବୀ ପଟେଲ ପୁରୀର ସଦାଶିବ କ୍ୟାମ୍ପସର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଏବଂ ଏହି ଶିବିର ଆୟୋଜନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରେମ ପ୍ରକାଶ ପାଣ୍ଡେ ଜୀଙ୍କ ଉପସ୍ଥିତିରେ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି। ଏହି ଯୋଗ ଶିବିର ୩୦ ମଇରେ ଶେଷ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି। ଏଥିସହ ଏହି ଶିବିର ମାଧ୍ୟମରେ ଯୁବପିଢ଼ିଙ୍କୁ ଯୋଗର ଗୁରୁତ୍ୱ ଏବଂ ଏହାର ବିଭିନ୍ନ ଦିଗ ସହିତ ପରିଚିତ କରାଇବାରେ ସଫଳ ହେବେ ବୋଲି ଆଶା କରିଛନ୍ତି। ଯୋଗ ଶିବିର ଆୟୋଜନ କରି ଆମ ସମାଜରେ ସୁସ୍ଥ ଜୀବନ ଯାପନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ତଥା ଯୁବପିଢ଼ିଙ୍କ ପାଇଁ ଏକ ମୂଲ୍ୟବାନ ଅଭିଜ୍ଞତା ହେବ ଏବଂ ସେମାନଙ୍କୁ ସୁସ୍ଥ ଜୀବନଯାପନ କରିବାକୁ ପ୍ରେରଣା ଦେବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ