Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଜାଲିରେ ଆକ୍ରମଣରେ ଜଣେ ଗୁରୁତର, ଅଭିଯୁକ୍ତ ଗିରଫ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁଚୂଆଁ ପଞ୍ଚାୟତ କତରକେଲା ଗାଁରେ ଏକ ଅମାନବୀୟ ଘଟଣା ଘଟିଛି। ଜମିବାଡି କଳହକୁ କେନ୍ଦ୍ରକରି ଜଣେ ଅନ୍ୟ ଜନକୁ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରିଛି। ଏନେଇ କୁଚିଣ୍ଡା ଥାନା କେସ ନ.୧୪୦/୨୫ – ୧୨୬(୨) ୧୧୮(୧) ୧୦୯/ ୨୯୬(୩) (୫)ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ କୁବେର ଭୋଇ (୪୫) କୁ ପୋଲିସ ଗିରଫ କରୁଛି।
ପୋଲିସର ସୂଚନା ଅନୁଯାଇ, କତରକେଲା ଗ୍ରାମର ନାରାୟଣ ପଟେଲ ଓ ଗୁଣ୍ଡୁରୁଚୁଆ ସଂହରା ପଡାର କୁବେର ଙ୍କ ମଧ୍ୟରେ ପୂର୍ବରୁ ଜମିବାଡି ବାବଦକୁ ତିକ୍ତତା ଲାଗିରହିଥିଲା ।ଆଜି ସକାଳେ ନାରାୟଣ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ କୁବେର ସେହି ସ୍ଥାନକୁ ଆସି ପାଟିତୁଣ୍ଡ କରିବା ସହିତ ନାରାୟଣଙ୍କୁ ଅତର୍କିତ ଭାବେ ଭୁଜାଲିରେ ଦେହର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ। ଗୁରୁତ୍ୱର ଅବସ୍ଥାରେ ପରିବାର ଲୋକେ ନାରାୟଣକୁ କୁଚିଣ୍ଡା ଡାକ୍ତରଖାନା ଭର୍ତି କରିଛନ୍ତି। କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ