Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳ କୁଟୁରୁ ଗ୍ରାମରେ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି୨୪/୦୫
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁର୍ଗମ ଅଞ୍ଚଳ ରେ ମ୍ୟାଲେରିଆ ନିରାକରଣ ପାଇଁ ଦମନ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳ ରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବଣ ପାହାଡ଼ ଘେରା ଦୁର୍ଗମ ଆମପାଣି ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ କୁଟୁରୁ ଗ୍ରାମ ରେ ଶନିବାର ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଫ ଏଲ ଏ ନବୀନ କୁମାର ସାହୁ, ଏସଏସଏମଟିସି ଶିବଶକ୍ତି ବେହେରା, କୋକସରା ସିଏଚସି ପକ୍ଷରୁ ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର,ପୁରୁଷ ସ୍ୱାସ୍ଥ୍ୟ କର୍ମି ବିକାଶ ଦାସ, କୃଷ୍ନା କାଣ୍ଡ, ସରୋଜ ନାଏକ, ଏମଟିଏସ ଦୁଷ୍ମନ୍ତ ରାଉତ,ଯକ୍ଷ୍ମାରୋଗ କୋଡ଼ିନେଟର ଆମୋଦ ଗୋଲାପ,ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା,ମହିଳା ସ୍ୱାସ୍ଥ୍ୟ କର୍ମି ବୀଣା ମାଝୀ, ଯୋଜନା ଗନ୍ଧା ମହାନ୍ତି ,ପୁରୁଷ ସ୍ୱାସ୍ଥ୍ୟ କର୍ମି ବିକାଶ କୁମାର ଦାସ ସମେତ ଆଶା ଅଙ୍ଗନବାଡ଼ି କର୍ମି ଉପସ୍ଥିତ ରହି ଗ୍ରାମ ରେ ଥିବା ସମସ୍ତ ପୁରୁଷ,ମହିଳା,ଯୁବକ ଯୁବତୀ, ଛୋଟ ଛୁଆ ଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହ ସମସ୍ତ ଙ୍କୁ ଶୋଇବା ବେଳେ ମଶାରୀ ବ୍ୟବହାର କରିବା,ଘର ପରିବେଶ କୁ ସ୍ୱଚ୍ଛ ରଖିବା ଓ ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରିଥିଲେ। କାର୍ଯ୍ୟକ୍ରମ ରେ ମୋଟ ୨୧୦ ଜଣ ଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ମ୍ୟାଲେରିଆ ସଂକ୍ରମିତ,ପିଏଫ ୭ ଜଣ ଓ ପିଭି ୨ ଜଣ ଙ୍କ ନିକଟରେ ଥିବା ଜଣାପଡିଛି। ସଂକ୍ରମିତ ରୋଗୀ ଙ୍କୁ ଔଷଧ ସେବନ ପାଇଁ ଦିଆଯାଇଛି। ସେହିପରି ୩୧୫ ଔଷଧ ବୋଲା ମଶାରୀ ହିତାଧିକାରୀ ଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ଟନ କରା ଯାଇଥିବା ନେଇ ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ