Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧ ତମ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଥୁଆମୂଳ ରାମପୁର ଲୋକକଳା ସମ୍ବର୍ଦ୍ଧିତ।

କଳାହାଣ୍ଡି:୨୫/୦୫
କଳାହାଣ୍ଡି ଜିଲ୍ଲାର ପଛୁଆ ବ୍ଲକ୍ ଭାବେ ପରିଚିତ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ୍ ର କଳାକାର ରାଜ୍ୟସ୍ତରରେ ନିଜ ବ୍ଲକ୍ ଓ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଅର୍ଜନ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ ଯାହା ଜଣାଯାଏ ଯେ ଗତ ୨୨ ତାରିଖ ଗୁରୁବାର ଦିନ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍, ଖୋର୍ଦ୍ଧା, ଓଡ଼ିଶା ତରଫରୁ ଆୟୋଜିତ ୧୧ ତମ ଚଳଚ୍ଚିତ୍ର ପୁରସ୍କାର ବା କବି କଳାକାର ମହାକୁମ୍ଭ ଓ ରାଜ୍ଯ ସ୍ତରୀୟ ସମ୍ବର୍ଦ୍ଧନା ତଥା ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଥୁଆମୂଳ ରାମପୁର ସଦର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଛାତ୍ର/ଛାତ୍ରୀଙ୍କ ଦ୍ଵାରା ଗତ ଜାନୁଆରୀ ମାସରେ କଳାହାଣ୍ଡି ଜିଲ୍ଲାର ଲୋକ ମୋହତ୍ସବ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅବସରରେ ଏହି ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷଣ ହୋଇଥିବା ଲଲୋକନୃତ୍ଯ ଓ ଲୋକ ବାଦ୍ୟକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ସୋସିଆଲ ମିଡିଆ ମାଧ୍ୟମରେ ଦେଖି ଏହି କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରିବା ପାଇଁ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ନିମନ୍ତେ ନିମନ୍ତ୍ରଣ କରିବା ସହ ବିଦ୍ୟାଳୟର ଶିକ୍ଷକ ତଥା ନୃତ୍ୟଗୁରୁ ଅଜିତ କୁମାର ଦୁର୍ଗାଙ୍କୁ “କଳାନୀଧି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା ଓ ପ୍ରଧାନ ଶିକ୍ଷକ ନାଗେଶ୍ଵର ନାଏକ ତଥା ଛାତ୍ର / ଛାତ୍ରୀ କୁମାରୀ ତେଜସ୍ଵୀନି ନାଏକ, ସୋନମ ବାଗ, ପୁନମ ବାଗ, ସୋହାନୀ ନାଏକ, ମାହି ଦଳପତି, ଦୁଷିଳା ନାଏକ, ଉତ୍କଳଜୌତି ନାଏକ, ନିୟୁତି ନାଏକ, ଅନୁରାଧା ଗୋପାଳ, ମିତା ଗୋପାଳ, ସ୍ନିତି ନାଏକ, ନିକିତା ନାଏକ ଓ ତମନ୍ନା ନାଏକଙ୍କୁ ” ଉତ୍କଳ ନୃତ୍ଯ ମଞ୍ଜରୀ ସମ୍ମାନ ” ପ୍ରଦାନ କରାଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ ସଂପାଦକ ଡଃ.ପୂର୍ଣଚନ୍ଦ୍ର ବେହେରା, ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏସନ୍ ସଭାପତି ଦେବକାନ୍ତ ମିଶ୍ର (ବବି) , ପୂର୍ବତନ ସଭାପତି ଅଶ୍ରୁ ମୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ମୂଖ୍ଯ ଅତିଥି ଭାବରେ ଯୋଗଦେଇଥିବା କାର୍ଯ୍ୟକ୍ରମରେ ମୂଖ୍ଯବକ୍ତା ଭାବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ସମ୍ମାନିତ ଅତିଥି ଭାବରେ ଏକାମ୍ର ଭୂବନେଶ୍ବର ବିଧାୟକ ବାବୁ ସିଂ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଚିକିଟି ବିଧାୟକ ଦେୟାନ ସାମନ୍ତ ରାୟ, ଖୋର୍ଦ୍ଧା ବି.ଜେ.ପି ସଭାପତି ବିଶ୍ବରଞ୍ଜନ ବଡଜେନା, ଚଳଚ୍ଚିତ୍ର ଅଭିନେତ୍ରୀ ଅନନ୍ୟା ମିଶ୍ର, କଣ୍ଠ ଶିଳ୍ପୀ ସୌଜନ୍ୟା ରଥ, ଅଭିନେତ୍ରୀ/ଉପଦେଷ୍ଠା ଓକା ପିଙ୍କି ପ୍ରଧାନ, ଅଭିନେତା ଜୀବନା ନନ୍ଦ ପଣ୍ଡା, ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଢି, ଚଳଚ୍ଚିତ୍ର ଅଭିନେତା ହରିହର ମହାପାତ୍ର, ସଂଳାପ କାର ରଜନୀ ରଂଜନ ଦାସ, ମିଡିଆ ପ୍ଲାନର ପ୍ରଣୟ ସେଠି, ଅଭିନେତ୍ରୀ ପୁଷ୍ପା ପଣ୍ଡା ପ୍ରମୂଖ ଉପସ୍ଥିତ ରହି ଏହି କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ତାଙ୍କ କରକମାଳରେ ଉପଢିକାନ ସହ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଏହାକୁ ନେଇ ଥୁଆମୁଳ ରାମପୁର ବ୍ଳକ ଅଞ୍ଚଳବାସୀ ତଥା କଳାପ୍ରେମି ଙ୍କ ମନରେ ଖୁସିର ଲହରୀ ଖେଳିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ