ବାଙ୍କିମୁଣ୍ଡା ଗ୍ରାମରେ ଷୋହଳ ପ୍ରହର ମହାମନ୍ତ୍ର ନାମ ସଂକୀର୍ତ୍ତନଯଜ୍ଞ ଉଦଯାପିତ।


କଳାହାଣ୍ଡି:୨୫/୦୫
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମପଞ୍ଚାୟତ ବାଙ୍କିମୁଣ୍ଡା ଗ୍ରାମରେ ଷୋହଳ ପ୍ରହର ମହା ମନ୍ତ୍ର ନାମ ସଙ୍କୀର୍ତ୍ତନ ଯଜ୍ଞ ରବିବାର ଉଦଯାପିତ ହୋଇ ଯାଇଛି । ପ୍ରଭାତ ତିୱାରୀ ଓ ପୁଷ୍ପାଞ୍ଜଳି ତିୱାରୀ କର୍ତ୍ତା ରୂପରେ, ଗୋପାଳ ଜି ଠାକୁର ପୂଜକ ଭାବେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ୨୨ ରେ କଳସ ଯାତ୍ରା ଓ ଅଧିବାସ,୨୩ ରେ ମା ଦନ୍ତେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ପ୍ରଥମେ ନାମ ଆରମ୍ଭ କରାଯାଇଥିଲା,ଓ ସମସ୍ତ ଭକ୍ତ ଙ୍କ ନିମିତ୍ତ ଅନ୍ନ ଛତ୍ର ଖୋଲାଯାଇଥିଲା।ନାମ ଯଜ୍ଞରେ ବଲାଙ୍ଗୀର ଜିଲ୍ଲା ଦଳେଇ ମୁଣ୍ଡା ର ଜ୍ୟୋତ୍ସ୍ନା ମୟୀ ଦୀକ୍ଷିତ ଙ୍କ ବାଳିକା ସଂକୀର୍ତ୍ତନ ମଣ୍ଡଳୀ, ଘୁଚାପାଳୀ ବଲାଙ୍ଗୀର ଜସ୍ମିନ ମାଝୀ ଙ୍କ ବାଳିକା ସଂକୀର୍ତ୍ତନ ମଣ୍ଡଳୀ, ବରଗଡ଼ ଜିଲ୍ଲା ଭୁଲିଆଡିହି ର ପ୍ରଭାତ ସାହୁ ଙ୍କ କୀର୍ତ୍ତନ ମଣ୍ଡଳୀ,ବଲାଙ୍ଗୀର ଜିଲ୍ଲା କୁର୍ଲୁ ଭଟା ର ଗୁରୁ ମିଟୁ ପାଣିଗ୍ରାହୀ ଙ୍କ ସଂକୀର୍ତ୍ତନ ମଣ୍ଡଳୀ,ନୂଆପଡ଼ା ଜିଲ୍ଲା ନିଲଜିର ଗୁରୁ ନରସିଂହ ମାଝୀ ଙ୍କ ସଂକୀର୍ତ୍ତନ ମଣ୍ଡଳୀ,ନୂଆପଡ଼ା ସୋଲବନ୍ଧ ର ଜଗାବଳିଆ ସଂକୀର୍ତ୍ତନ ମଣ୍ଡଳୀ,କଳାହାଣ୍ଡି କର୍ଲାକୋଟ ର ଗୁରୁ ଚନ୍ଦନ ପଣ୍ଡା ଙ୍କ ସଂକୀର୍ତ୍ତନ ଦଳ,କଳାହାଣ୍ଡି ଦଳଗୁମା ର ଗୁରୁ ଦେବରାଜ ଖର୍ସେଲ ଙ୍କ ସଂକୀର୍ତ୍ତନ ଦଳ ଓ ବାଙ୍କିମୁଣ୍ଡା ର ଗୁରୁ ସୁକାନ୍ତ ପୁଞ୍ଜି ଙ୍କ ସଂକୀର୍ତ୍ତନ ଦଳ ଯୋଗ ଦେଇ ପର୍ଯ୍ୟାୟ କ୍ରମେ ଷୋହଳ ପ୍ରହର ବ୍ୟାପି ନିରନ୍ତର ମହାମନ୍ତ୍ର ନାମ ଗାନ ପୂର୍ବକ କଳା ପ୍ରଦର୍ଶନ କରିଥିଲେ। ୨୫ ରେ ନାମସମ୍ପନ ,ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୁତି ହୋଇଥିଲା।ଦଳସର୍ଗି ଓ ବାଙ୍କିମୁଣ୍ଡା ଗ୍ରାମର ଶତାଧିକ ମହିଳା ମାନେ ଭକ୍ତ ମାନଙ୍କ ପାଇଁ ଭୋଗ ବିତରଣ ଦାୟିତ୍ୱରେ ଥିବା ବେଳେ ନାମଯଜ୍ଞ କମିଟି ର ସଭାପତି ପ୍ରେମ କାଣ୍ଡ, ଉପସଭାପତି ସର୍ଦ୍ଧାକର ମାଝୀ,ସମ୍ପାଦକ ଉଜ୍ଜ୍ୱଳ ସିଂହ ପୁଝାରୀ,ସହ ସମ୍ପାଦକ ମଙ୍ଗଳୁ ପୁଝାରୀ,ଗ୍ରାମର ଗୋନ୍ତିଆ ଚିତ୍ତରଞ୍ଜନ ପୁଝାରୀ,ପ୍ରଶାନ୍ତ ତିୱାରୀ, ଧନପତି ପୁଝାରୀ, ଝସ କେତନ ପୁଝାରୀ ସମେତ ଓ ଗ୍ରାମର ଶତାଧିକ ଭକ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ।