ଟ୍ରକ୍ ତଳେ ଚାପି ହୋଇ ବାଇକ୍ ଚାଳକ ମୃତ


ଜମନକିରା : ଜମନକିରା ଥାନା ଚିନିମହୂଲ ନିକଟସ୍ଥ ରାଜରାସ୍ତା ୫୩ ରେ ଆଜି ରାତ୍ର ସାଢେ଼ ୯ ଟା ସମୟରେ ଏକ ଟ୍ରକ୍ ତଳେ ଚାପି ହୋଇ ଜଣେ ବାଇକ୍ ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅଗ୍ନିଶ୍ରମ୍ ବିଭାଗ କର୍ମଚାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି। ତେବେ ବାଇକ୍ ଚାଳକ ର ପରିଚୟ ମିଲି ପାରିନାହିଁ। ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ପୋଲିସ ଜବତ କରିଛି।