Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ବ୍ଲକ ବରିଷ୍ଠ ନାଗରିକ ସଙ୍ଘ ବୈଠକ ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି

ଝାରସୁଗୁଡା ୨୬/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ରବିବାର ଦିନ ବ୍ଲକ ବରିଷ୍ଠ ନାଗରିକ ସଂଘ ର ସଭାପତି ସନତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବ୍ରଜରାଜନଗର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଟହଲୁ ସାହୁ ଏବଂ ବରିଷ୍ଠ ନାଗରିକ ଲଳିତ ପୂଜାରୀ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ବିଭିନ୍ନ ସରକାରୀ ସହାୟତା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହିତ ସଙ୍ଘ ପଞ୍ଜିକରଣ ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ । ଏଥିସହ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଙ୍ଘ ଗଠନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ଲଖନପୁର ବ୍ଲକର ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏ ସମ୍ପର୍କରେ ଆଲୋଚନା ପାଇଁ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାର ସମସ୍ତ ବ୍ଲକ ଓ ମ୍ୟୁନିସିପାଳଟି ର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ବୈଠକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ଶେଷରେ ସମ୍ପାଦକ ପୌଲସ୍ତ୍ୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ବୈଠକରେ ପୂର୍ବତନ କଲେଜର ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହ ବରିଷ୍ଠ ନାଗରିକ ଲଳିତ ପୂଜାରୀ, ସେବକରାମ ଭୋଇ, ଜଗଦୀଶ ପ୍ରସାଦ ମିଶ୍ର,ଦୟାକର ପଧାନ, ଗୋବିନ୍ଦ ଦର୍ଜି,କୋଷାଧ୍ୟକ୍ଷ ସତ୍ୟବାଦୀ ମେହେର, ହୃଦାନନ୍ଦ ପଧାନ, ଠାକୁର ରାମ ସାହୁ,ମୂରଲୀ ଧର ବିଶ୍ଵାଳ, ଶେଷଦେଵ ଖମାରୀ,ସୌକିଲାଲ ପଧାନଙ୍କ ସମେତ ଅଞ୍ଚଳର ବିଭିନ୍ନ ଗାଁ ରୁ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ