Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକେସି କ୍ଲବ ପକ୍ଷରୁ ଦୁଇ ଘଣ୍ଟିଆ ନିଶୁକ୍ଳ ସମର କୋଚିଙ୍ଗ ପ୍ରଦାନ

ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ଅନ୍ତର୍ଗତ କୁମ୍ଭୀୟାଛୁଆଁ ଗ୍ରାମର ବିକେସି କ୍ଲବ ପକ୍ଷରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ପାଖାପାଖି ୭୩ ଜଣ ଛାତ୍ରଛାତ୍ରୀଙ୍କୁ ନିଶୁକ୍ଳ ଭାବେ ଶିକ୍ଷା ଦାନ କରୁଛନ୍ତି।

ସୂଚନା ଅନୁଯାଇ, କଟଙ୍ଗପାଣି ଓ ଫାଶୀମାଲ ପଞ୍ଚାୟତ ଆଖପାଖ ଅଞ୍ଚଳରେ ରହୁଥିବା ଗରିବ ଆଦିବାସୀ ଶ୍ରେଣୀର ଶିଶୁ ଛାତ୍ରୀ ଛାତ୍ର ମାନେ ବର୍ତମାନ ସ୍କୁଲ ଛୁଟି ଥିବାରୁ ଅଯଥାରେ ବୁଲାବୁଲି କରି ସମୟ ନଷ୍ଟ କରୁଛନ୍ତି। ତେବେ ସେହି ଛାତ୍ରୀ ଛାତ୍ର ମାନଙ୍କୁ ଏହି କ୍ଲବର ସଭ୍ୟ ମାନେ ନିଶୁଲ୍କରେ ଉକ୍ତ ଆଗ୍ରହୀ ଶିକ୍ଷାର୍ଥୀଙ୍କୁ ଟିୟୁସନ ଆକାରରେ ପ୍ରତିଦିନ ଦୁଇ ଘଣ୍ଟା ପାଠ ପଢାଉଛନ୍ତି। କ୍ଲବର ୭ ଜଣ ଯୁବକ ଦେବରାଜ ଛତ୍ରିଆ, ଅଶୋକ ଛତ୍ରିଆ, କ୍ଷିତେଶ୍ୱର କିଷାନ, ଉପେନ୍ଦ୍ର କିଷାନ, ମୁକେଶ ବାଘ, ବସନ୍ତ କିଷାନ ଏବଂ ଦେବସାଗର ମାଝୀ ପ୍ରତିଦିନ ଏହି ଶିଶୁ ମାନଙ୍କୁ ବିଭିନ୍ନ ବିଭାଗ ପଢ଼ାଇ ଥାନ୍ତି। ସେହିପରି କ୍ଲବ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନିଶୁକ୍ଳରେ ଖାତା କଲମ ଓ ଅନ୍ୟ ଯାବତୀୟ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି। ବର୍ତମାନ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଛୁଟି ଥିବାରୁ ଛାତ୍ର ଛାତ୍ରୀ ମାନେ ଗରିବ ଶ୍ରେଣୀର ଥିବାରୁ କୌଣସି ଗ୍ରୀଷ୍ମ କାଳୀନ ଟିୟୁସନ କିମ୍ବା ଗ୍ରୀଷ୍ମ କୋର୍ସ କରିପାରିନଥାନ୍ତି। ଯାହା ଫଳରେ ଶିଶୁମନ୍ଦିର ବିଦ୍ୟାରୁ ଦୁରେଇ ଯାଇଥାନ୍ତି ଓ ସ୍କୁଲ ଖୋଲିଲା ପରେ ତାଙ୍କୁ ପାଠ ପଢ଼ିବାରେ ଏନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯାହାକୁ ଆଖିରେ ରଖି କ୍ଲବ ସଦସ୍ୟ ମାନେ ଏହି ନିଷ୍ପତି ନେଇ ଗରିବ ଶ୍ରେଣୀର ଶିଶୁ ମାନଙ୍କୁ ଶିକ୍ଷା ଦାନ କରୁଛନ୍ତି। ହେଲେ ଏହି ପରିପେକ୍ଷୀରେ ଏତେ ଶିଶୁଙ୍କୁ କିଭଳି ଏକା ସାଙ୍ଗରେ ପାଠ ପଢ଼େଇ ପାରିବାର ସମାଧାନ ପାଇ କଟଙ୍ଗପାଣି ସରପଞ୍ଚଙ୍କ ସାହାଯ୍ୟ ନେଇଥିଲେ ଓ ପରେ ସରପଞ୍ଚ ଓ ଗ୍ରାମବାସୀଙ୍କ ସହମତି କ୍ରମେ କୁମ୍ଭୀୟାଛୁଆଁ ଗ୍ରାମରେ ବନ୍ଦ ହୋଇଥିବା ବଡ଼କଛର ପ୍ରାଥମିକ ବିଦ୍ୟାଳୟରେ ଏହି ପାଠ ପଢ଼ା ଆରମ୍ଭ କରାଯାଇଛି। ବର୍ତମାନ ପ୍ରଥମ ଶ୍ରେଣୀର ୮ ଜଣ, ଦ୍ଵିତୀୟ ଶ୍ରେଣୀର ୧୦ ଜଣ, ତୃତୀୟ ଶ୍ରେଣୀର ୮ ଜଣ, ଚତୁର୍ଥ ଶ୍ରେଣୀର ୭ ଜଣ, ପଞ୍ଚମ ଶ୍ରେଣୀର ୧୨ ଜଣ, ଷଷ୍ଠ ଶ୍ରେଣୀର ୮ ଜଣ, ସପ୍ତମ ଶ୍ରେଣୀର ୮ ଜଣ, ଅଷ୍ଟମ ଶ୍ରେଣୀର ୨୨ ଜଣ ଛାତ୍ରଛାତ୍ରୀ ଏହି କ୍ଲବ ଆନୁକୂଲ୍ୟରେ ନିଶୁକ୍ଳ ବିଦ୍ୟା ଗ୍ରହଣ କରୁଥିବା ଜଣାଯାଇଛି। କ୍ଲବ ସଦସ୍ୟଙ୍କ ଏହି ଅଭିନଵ ପ୍ରୟାସକୁ ଗ୍ରାମବାସି ଖୁବ ପସନ୍ଦ କରୁଥିବା ଗ୍ରାମର ୱାର୍ଡ ସଭ୍ୟ ରେବତୀ କିଷାନ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବର୍ତମାନ ଗ୍ରୀଷ୍ମ ବେଳେ ଶିଶୁ ମାନେ ବୁଲାବୁଲି କରିଥାନ୍ତି ହେଲେ ଏହି ପ୍ରୟାସ ଯୋଗୁଁ ଛୁଆ ମାନଙ୍କ ଶିକ୍ଷା ଯୋଗ୍ୟତାରେ ଏନେଇ କିଛି ସୁଧାର ହୋଇପାରିବ ବୋଲି କହିଛନ୍ତି। ସେହିପରି ଗ୍ରାମର ପୂର୍ବତନ ସରପଞ୍ଚ ମନୋଜ ମାଝୀ କହିଛନ୍ତି, ବିକେସି କ୍ଲବର ସଦସ୍ୟ ମାନଙ୍କୁ ଧନ୍ୟବାଦ ଯେଉଁମାନେ ଏହି ନିଶୁକ୍ଳ ସମର କୋଚିଙ୍ଗ ର ପ୍ରୟାସ କରିଛନ୍ତି। ଜମନକିରା ବ୍ଲକର ଧୂଆଁର ଖମନ, କୁମ୍ଭୀୟାଛୁଆ, ବଡ଼କଛର, ବନ୍ଧ ବାହାଲ, ଶିଆଳ ଧର, ସରେଇ, କାଲୋ ପଡ଼ା, ମୟୁରନାଚେନ ଆଦି ଗ୍ରାମ ଗୁଡ଼ିକ ଆଦିବାସୀ ଅଞ୍ଚଳ ତଥା ଗରିବ ଶ୍ରେଣୀର ହୋଇଥିବାରୁ, ସେମାନଙ୍କ ପାଖରେ ସେତିକି ସମ୍ବଳ ନାହିଁ ଯଦ୍ୱାରା ସେମାନେ ନିଜ ଶିଶୁଙ୍କୁ ଭଲ ଶିକ୍ଷା ପାଇଁ ଦୂର ଦୁରାନ୍ତରେ ହେଉଥିବା ସମର କୋଚିଙ୍ଗ ପାଇଁ ପଠାଇ ପାରିବେ। ବିକେସି କ୍ଲବର ଏହି ପ୍ରୟାସ ଯୋଗୁଁ ଅଞ୍ଚଳର ଶିକ୍ଷା ବ୍ୟବସ୍ତା ନିଶ୍ଚୟ ସୁଦୃଢ ହେବ ବୋଲି ପ୍ରକାଶ କରିଛନ୍ତି l ସେହିପରି ଗ୍ରାମବାସୀ ତଥା ଅଭିଭାବକ ଜିତେନ୍ଦ୍ର କିଷାନ କହିଛନ୍ତି ଯେ ମୁଁ କ୍ଲବ ସଦସ୍ୟ ଙ୍କୁ ଅନୁରୋଧ କରୁଛିଯେ, ପ୍ରାୟ ସବୁଦିନ ପାଇଁ ଏଭଳି ପ୍ରୟାସ ଜାରି ରହୁ ଓ ଆଗାମୀ ଦିନରେ ଏହାକୁ ଆହୁରି ଭଲ ଭାବେ ଅଞ୍ଚଳରେ ଥିବା ଆହୁରି ଶିଶୁ ମାନଙ୍କୁ ଯୋଡିବା ପାଇଁ ପ୍ରୟାସ ଜାରି ରହୁ ବୋଲି ପ୍ରକାଶ କରିଛନ୍ତି। ବର୍ତମାନ ଏହି କୋଚିଙ୍ଗରେ ପଢିବା ପାଇଁ ପ୍ରାୟ ୨ କିଲୋମିଟର ରୁ ଶିଶୁ ମାନେ ଆସୁଛନ୍ତି।
ବସନ୍ତ କିଷାନ କ୍ଲବର ସଦସ୍ୟ ତଥା ଶିକ୍ଷକ କହିଛନ୍ତି ଯେ ଶିକ୍ଷା ଗୋଟିଏ ଏପରି ଅସ୍ତ୍ର ଯାହା ସାହାଯ୍ୟରେ ଆପଣ ସାରା ପୃଥିବୀ ପରିବର୍ତନ କରିପାରିବେ ସେହି ପରିପେକ୍ଷୀରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯେପରି ତାଙ୍କର ମୌଳିକ ଦକ୍ଷତାର ବିକାଶ ହୋଇପାରିବ ସେହି ପ୍ରୟାସ ବିକେସି କ୍ଲବ ଜାରି ରଖିଛି ବୋଲି କହିଥିଲେ। ମୁକେଶ ବାଘ କ୍ଲବ ସଦସ୍ୟ ତଥା ସରେଇ ପିଓପିଏସ ସହକାରୀ ଶିକ୍ଷକ ସରେଇ କହନ୍ତି କି, ବିକେସି କ୍ଲବ ସଦସ୍ୟ ମଧ୍ୟରେ ଅନେକ ସିଟି କରିଛନ୍ତି ଓ ପୋଷ୍ଟିଙ୍ଗ ନଥିବାରୁ ଖାଲି ବସିଛନ୍ତି ଓ କ୍ଲବର ଅନ୍ୟ ସଦସ୍ୟ ଙ୍କ ସହଯୋଗରେ କ୍ଲବରେ ଥିବା ଶିକ୍ଷକ ଓ ସିଟି କରିଥିବା ଯୁବକଙ୍କୁ ଏକତ୍ରିତ କରି ଏହି ସମର କୋଚିଙ୍ଗ ଆରମ୍ଭ କରିଛୁ l ଏଠାରେ ପ୍ରକାଶ ଥାଉ କି, ବର୍ତମାନ ଶିକ୍ଷା ପନ୍ଥାକୁ ବ୍ୟବହାର କରି ଅନେକ ବେସରକାରୀ ସଂସ୍ଥା କୋଚିଙ୍ଗ ନାମରେ ମୋଟା ଅଙ୍କ ରୋଜଗାର କରୁଥିବା ବେଳେ ବିକେସି କ୍ଲବର ସଦସ୍ୟ ମାନେ ପ୍ରତିଦିନ ସକାଳ ୬ ଟାରୁ ୮ ଘଂଟା ପର୍ଯ୍ୟନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ନିଶୁକ୍ଳରେ ଶିକ୍ଷାଦାନ କରୁଥିବା ଅଞ୍ଚଳବାସିଙ୍କ ମନରେ ଖୁବ ପ୍ରସନ୍ନ ଥିବା ବେଳେ ସବୁ ଅଞ୍ଚଳରେ ପ୍ରଶଂସା ର ପାତ୍ର ମଧ୍ୟ ପାଲଟି ଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ