Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ

କଳାହାଣ୍ଡି:୨୬/୦୫
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଦଣ୍ଡପାଟ ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ମହିଳା ମାନେ ଆନନ୍ଦର ସହ ସାବିତ୍ରୀ ଓଷା ପାଳନ କରିଥିବା ଦେଖାଯାଇଛି। ଏ ପରିପ୍ରେକ୍ଷୀରେ ବେହେରା ଗ୍ରାମରେ ମଧ୍ୟ ସ୍ବାମୀ ଙ୍କ ଦୀର୍ଘାୟୁ କାମନା କରି ନିର୍ଜଳା ଉପବାସ ରହି ବଟ ବୃକ୍ଷ ମୂଳରେ ପୂଜାର୍ଚ୍ଚନା କରିଥିଲେ ସଧବା ସ୍ତ୍ରୀ ମାନେ।ଏହି ଦିନ ନୂତନ ଶାଢ଼ୀ ପିନ୍ଧି,ନାନା ଅଳଙ୍କାର ରେ ସୁସଜ୍ଜିତ ହୋଇ ବିଭିନ୍ନ ଫଳମୂଳ ସହ ପୂଜନ ସାମଗ୍ରୀ ଏକତ୍ରିତ କରି ବଟ ବୃକ୍ଷ,କିମ୍ବା ତୁଳସୀ ଚଉରା,ଦେବାଳୟ ମଧ୍ୟରେ ଦେବୀ ସାବିତ୍ରୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ ।ଯେପରି ଦେବୀ ସାବିତ୍ରୀ ନିଜ ସତୀତ୍ୱ ବଳରେ ନିଜ ପତି ଙ୍କ ଜୀବନ ଜମରାଜ ଙ୍କ ଠାରୁ ଛଡ଼ାଇ ଆଣି ପାରିଥିଲେ,ସେହିପରି ସମଗ୍ର ବିଶ୍ଵର ନାରୀ ଙ୍କୁ ସତ୍ ପ୍ରବୃତ୍ତି ଓ ଶକ୍ତି ପ୍ରଦାନ କରିବା ସହ ହାତର ଶଙ୍ଖା ଓ ମଥାର ସିନ୍ଦୂର ଚମକି ରହୁଥାଉ ବୋଲି ପ୍ରାର୍ଥନା କରିଥିଲେ।ପୂଜନ ରେ ଦନ୍ତେଶ୍ୱରୀ ମହିଳା ମଣ୍ଡଳ ର ସଭାନେତ୍ରୀ ମୋହିନୀ ତିୱାରୀ ଯୋଗ ଦେଇଥିବା ବେଳେ ବବିତା ଶର୍ମା ସାବିତ୍ରୀ ବ୍ରତ କଥା ପଠନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ