Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ…ପବିତ୍ର କୁ ଟାର୍ଗେଟ କଲେ କୈଳାଶ…ଆଇନ କୁ ହାତକୁ ନେବା ଅଧିକାର ବିଧାୟକ ଙ୍କ ର ନାହିଁ…୧୧ ମାସରେ ବିଧାୟକ କୋଟି କୋଟି ଟଙ୍କାର ମାଲିକ ହେଲେ କିପରି, ଭିଜିଲାନ୍ସ ତଦନ୍ତ ଦାବିକଲେ ପୂର୍ବତନ ବିଧାୟକ…

ଲକ୍ଷ୍ମୀପୁର ୨୭/୦୫ …. କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ କୁ ଗତକାଲି ବିଧାୟକ ପବିତ୍ର ସାଉଁତା ଚାବି ପକାଇ ବନ୍ଦ କରିଦେଇ ଥିବା ଘଟଣା ରେ ଆଜି ବିଜେପି ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁହଁ ଖୋଲିଛି।ବିଭିନ୍ନ କାରଣ ଦେଖାଇ ବିଧାୟକ  ପବିତ୍ର ସାଉଁତା ମଦ ଦୋକାନ କୁ ବନ୍ଦ କରିଥିବା ବେଳେ ମଦ ବ୍ୟବସାୟୀ ମାନେ ଗତକାଲି ହିଁ ଜିଲାପାଳ ଓ ଅବକାରୀ ଅଧିକ୍ଷକ ଙ୍କୁ  ବିଧାୟକ ଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ବିଧାୟକ ଜଣକ ମାସିକ ଏକ ଲକ୍ଷ ଟଙ୍କା ଲେଖାଏଁ ମଦ ଦୋକାନ  କୁ ମାସିକ ହିସାବରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିବା ବେଳେ ଆଜି ବିଧାୟକ ପବିତ୍ର ଙ୍କ ନାମରେ ଲକ୍ଷ୍ମୀପୁର ଥାନାରେ ମାମଲା ରୁଜୁ ହୋଇଛି।ମାମଲା ରୁଜୁ ହେବା ପରେ ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନି କରି କହିଛି କି ବିଧାୟକ ଙ୍କ ଏପରି ଘୁର୍ଣ୍ୟ କାର୍ଯ୍ୟ ଯୋଗୁଁ ସେ ନିଜେ ପଦବୀ ରୁ ଇସ୍ତଫା ଦିଅନ୍ତୁ ବୋଲି ଦାବୀ କରିଛନ୍ତି ପୂର୍ବତନ ବିଧାୟକ କୈଳାଶ କୁଲେସିକା…କେବଳ ସେତିକି ନୁହଁ ପୂର୍ବତନ ବିଧାୟକଶ୍ରୀ କୁଲେସିକା ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି କି ୧୧ ମାସ ଭିତରେ ସେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି, ଏମିତି ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଠାରୁ ପିସି ଆଦାୟକରୀ ବିଧାୟକ ଜଣକ କୋଟି ପତି ହୋଇଛନ୍ତି… ଗତକାଲି ଜଣେ ବିଧାୟକ ହିସାବରେ ଏପରି ଲାଇସେନ୍ସ ପ୍ରାପ୍ତ ମଦ ଫୋକଣ କୁ ବନ୍ଦ କରିବା ଭଳି କାଣ୍ଡ କରିବା କଥା ନୁହଁ,, କେବଳ ମାସିକ ବଟି (ପିସି) ସକାଶେ ଏପରି କାର୍ଯ୍ୟ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ନାମକୁ ବଦନାମ କରିଛନ୍ତି। ତୁରନ୍ତ ତାଙ୍କୁ ଗିରଫ କରାନଗଲେ ବିଜେପି  ଦଳ ଆନ୍ଦୋଳନ କୁଓଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।ଗତ କିଛି ମାସ ତଳେ ଅନୁରୂପ ଭାବେ ସିଙ୍ଗା ରାମ ଷ୍ଟେସନ ରେ ବକ୍ସାଇଟ ଡ଼ମ୍ପିଙ୍ଗ  ୟାର୍ଡ଼ କୁ ବିଧାୟକ ପବିତ୍ର ବାବୁ ନିଜେ କିଛି ଆଦିବାସୀ ଙ୍କୁ ନେଇଁ ବନ୍ଦ କରିଦେଇଥିଲେ, ପରବର୍ତୀ ମୁହୂର୍ତ୍ତ ରେ କମ୍ପାନୀ ସହ କୋଟି କୋଟି ଟଙ୍କାରେ ଡିଲ ହେବା ପରେ ସେ ଓହରି ଯାଇଥିଲେ, କିନ୍ତୁ ତାଙ୍କୁ ସହଯୋଗ କରିଥିବା ନିରୀହ ଆଦିବାସୀ ଜେଲ ଭୋଗିଲେ, ଏପରି ଲୋକଲଜ୍ୟା କାର୍ଯ୍ୟ କାହିଁକି କରୁଛନ୍ତି ବୋଲି କୈଳାଶ କହିଛନ୍ତି।କେବଳ ବିଧାୟକ ଙ୍କୁ ସେ ଟାର୍ଗେଟ କରିନାହାନ୍ତି, ତାଙ୍କ ସରକାରୀ ଚାକିରୀ କରୁଥିବା  ବାପା ରୁପା ସାଉଁତା ଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, ସେ ଜଣେ ଚତୃର୍ଥ ଶ୍ରେଣୀ କର୍ମଚାରୀ, କୋଟି କୋଟି ଟଙ୍କା ଆସିଲା କେଉଁଠୁ,, ନିଜ ସମ୍ପର୍କୀୟ ମାନଙ୍କ ନାମରେ ପୁଅ ବିଧାୟକ ହେବା ପରେ କୋଟି କୋଟି ଟଙ୍କାର କୋଠା, ଜମି ବାଡ଼ି କିଣି ନେଇଛନ୍ତି, ତେଣୁ ଏହାର ଭିଜିଲାନ୍ସ ତଦନ୍ତ ସକାଶେ ସେ ଦାବୀ କରିଛନ୍ତି।ତୁରନ୍ତ ଏପରି କାର୍ଯ୍ୟ ରୁ ବିଧାୟକ ନିବୃତ ନରହିଲେ ଓ ପୋଲିସ ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନନେଲେ ଥାନା ଘେରାଓ କରିବା ସହ ଜନ ଆନ୍ଦୋଳନ କରାଯିବ ବୋଲି ପୂର୍ବ ତନ ବିଧାୟକ କହିଛନ୍ତି।ସାମ୍ବାଦିକ ସମ୍ମିଳନି ରେ ମଣ୍ଡଳ ସଭାପତି ଅଜୟ ଖରା, ମନୋଜ ସାହୁ, ଦେବ ଖରା, ଉଦୟ ହିକକା, ବାବୁଲା ମହାରଣା ଙ୍କ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ